ସମ୍ବଲପୁରରେ ଅଗଷ୍ଟ ୧୫, ୨୨ ଓ ୨୩ ତାରିଖ ସଟ୍ ଡାଉନ୍ ବାତିଲ୍

ସମ୍ବଲପୁର, (ଦାମୋଦର ପଣ୍ଡା) : ପୂର୍ବରୁ ସମ୍ବଲପୁରରେ ଅଗଷ୍ଟ ମାସର ପ୍ରତି ଶନିବାର ଓ ରବିବାର ସଟ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ସ୍ୱାଧୀନତା ଦିବସ ପାଳନ ପାଇଁ ଅଗଷ୍ଟ ୧୫ ଏବଂ ନୂଆଁଖାଇ ପର୍ବ ପାଳନ ପାଇଁ ୨୨ ଓ ୨୩ ତାରିଖ ସଟ୍ ଡାଉନ୍ ବାତିଲ କରିବା ନେଇ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ତେବେ ଅଗଷ୍ଟ ୧୬ ଓ ୧୭ ଦୁଇ ଦିନ ଧରି ସଟ୍ ଡାଉନ୍ ରହିବ ବୋଲି ମଧ୍ୟ କୁହାଯାଇଛି । ସୂଚନାଯୋଗ୍ୟ ଯେ, ପଶ୍ଚିମ ଓଡ଼ିଶାର ମହାନ୍ ଗଣପର୍ବ ନୂଆଁଖାଇ ସମୟରେ ସଟ୍ ଡାଉନ୍ ହଟାଇବା ନେଇ ସାରା ପଶ୍ଚିମ ଓଡ଼ିଶାର ବିଭିନ୍ନ ସଂଗଠନ ପକ୍ଷରୁ ଜୋରସୋର୍ ଦାବୀ ହେଉଥିଲା ।

Leave A Reply

Your email address will not be published.