ଫେଲ୍ ମାରିଛି ସ୍ୱଚ୍ଛ ଭାରତ ମିଶନ : ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଚାଲିଛି ମଧୁଚନ୍ଦ୍ରିକା ଅଭିଯୋଗ

ବରଗଡ଼, (ଗୋପୀନାଥ ସାହୁ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ଫେଲ୍ ମାରିଛି ସ୍ୱଚ୍ଛ ଭାରତ ମିଶନ । ପାଇଖାନା ନିର୍ମାଣରେ ବଡ଼ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି । ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ପାଇଖାନା ନିର୍ମାଣ ହେବାର ଏକ ବର୍ଷ ନ ପୂରୁଣୁ ଅଧା ପାଇଖାନା ଭାଂଗି ସାରିଲାଣି । ଅନ୍ୟ କିଛି ପାଇଖାନା ଅସଂପୂର୍ଣ୍ଣ ଅବସ୍ଥାରେ ଥିବା ବି ନଜରକୁ ଆସିଛି । ଏଠାରେ ପାଇଖାନା ନିର୍ମାଣ ପାଇଁ ଆସିଥିବା ଅର୍ଥ ଅଧିକାଂଶ ହିତାଧିକାରୀମାନଙ୍କୁ ମିଳି ନଥିବା ବି ଜନସାଧାରଣଙ୍କ ଅଭିଯୋଗ ହେଉଛି । ଠିକାଦାର ଓ ବିଭାଗୀୟ ଅଧିକାରୀ ମିଳିମିଶି ହିତାଧିକାରୀଙ୍କ ପାଇଖାନା ସହାୟତା ରାଶିକୁ ହଡ଼ପ କରିଥିବା ଅଭିଯୋଗ ଆଣିଛନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଭଟିଗାଁ ପଞ୍ଚାୟତ ସୁଜିଆ ଗ୍ରାମବାସୀ । ଅନ୍ୟପଟେ ଘଟଣାର ତଦନ୍ତ କରି ଆବଶ୍ୟକ ପ୍ରମାଣ ମିଳିବା ପରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରପାଲି ବିଡ଼ିଓ କହିଛନ୍ତି ।

Leave A Reply

Your email address will not be published.