ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କୋଭିଡ-୧୯ର ଦ୍ୱିତୀୟ ଲହରୀ କଟକଣା ଯୋଗୁଁ ଦୀର୍ଘ ୭ମାସ ହେଲା ସ୍କୁଲ, କେଲେଜ ବନ୍ଦ ହେତୁ ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ଘୋର ବ୍ୟାଘତ ଘଟିଥିଲା । ଯାହା ହେଉ ସରକାରଙ୍କ ପରବର୍ତ୍ତୀତ ନିଷ୍ପତି ଅନୁଯାୟୀ ସମଗ୍ର ଓଡିଶାରେ ୧୦ମ ଓ ଦ୍ୱାଦଶ ଶ୍ର୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜି ସ୍କୁଲ, କଲେଜ ଖୋଲାଯାଇ ଅଛି । ଏହି ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଘୋରଡିଆ ନୋଡାଲ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର୍ରଛାତ୍ରୀ ମାନଙ୍କୁ ପୂରାତନ ଛାତ୍ରଛାତ୍ରୀ, ଏସଏମଏସ କମିଟ, ଶିକ୍ଷକ ଶକ୍ଷୟିତ୍ରୀ ମାନଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଥମେ ବିଦ୍ୟାଳୟ ପରିସରକୁ ସମ୍ପୁର୍ଣ୍ଣ ସାନଟାଇଜେସନ ଓ ସୌନ୍ଦର୍ଯ୍ୟକରଣ ସହ ସ୍ୱାଗତ ବ୍ୟାନର, ଫ୍ଲାଗ, ପ୍ଲା କାର୍ଡ, ଫୁଲମାଳରେ ସୁସଜ୍ଜିତ କରାଯାଇଥିଲା । ସମସ୍ତ ପ୍ରକାର କୋଭିଡ ନିୟମ ପାଳନ କରି ପିଲାମାନଙ୍କୁ ଥମ।।ର୍ଲ ସ୍କେନିଙ୍ଗ ଓ ସାନଟାଇଜେସନ ପରେ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହ ମାସ୍କ ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶ୍ରୀ ପରିଡା ଅଧ୍ୟକ୍ଷତା କର ଚଳିତ ବର୍ଷର ପାଠଖସଡା ଓ କୋଭିଡ ଅନୁଶାସନ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକ ଗୋବର୍ଦ୍ଧନ ବରାଳ, ସୁରେନ୍ଦ୍ର ନାଥ ସେଠୀ, ଚିତ୍ତରଜଂନ ରାଉତରାୟ, କୁନ୍ତଳା ବିଶ୍ୱାଳ, ମମତା ବେହେରା, ସହଦେବ ମଲ୍ଲିକ, ରାକେଶ କୁମାର ପ୍ର୍ରଧାନ, ସୀତାକାନ୍ତ ରାଉତରାୟ, ଅରବିନ୍ଦ ବେହେରା, ନିଳାମ୍ବର ନାୟକ, ସୁରେଶ କୁମାର ରାଉତ ଏବଂ ଏସଏମଏସ କମିଟିର ସଭାପତି ମହନ୍ତ ନିଶଙ୍କ ପ୍ରମୁଖ ଏହି କାର୍ଯ୍ୟକ୍ରମଟିକୁ ସୁପରିଚାଳନା କରିଥିଲେ । ଡେଲାଙ୍ଗରେ ବିଭିନ୍ନ ସ୍କୁଲ ଓ କଲେଜରେ ଆଜି ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ସହ କୋଭିଡ ଗାଇଡ ଲାଇନ ଅନୁଯାୟୀ ଅନୁପ୍ରବେଶ କରାଯାଇଥିଲା । ଆଜି ପିଲାମାନଙ୍କ ମଧ୍ୟରେ ଉତ୍ସାହ ଉଦ୍ଧିପନା ଓ ଖୁସି ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.