୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି ଟିଟିଲାଗଡ ହାଇସ୍କୁଲ ଖେଳ ପଡିଆରେ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ୭୪ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଟିଟିଲାଗଡର ବାଳକ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ପ୍ରତି ବର୍ଷ ପରି ଜାତୀୟ ପତାକା ଉତ୍ତୋଳନ ହୋଇସାରିଛି । ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଟିଟିଲାଗଡ ଡିଏସ୍‌ପି ସୁରେନ୍ଦ୍ର ନାଥ ଶତପଥିଙ୍କ ତତ୍ତ୍ଵାବଧାନରେରେ ଅନୁଷ୍ଠିତ ଏହି ଉତ୍ସବରେ ଟିଟିଲାଗଡ ପୌରପରିଷଦର କୋରୋନା ଯୋଦ୍ଧାମାନେ ଯୋଗ ଦେଇଥିଲେ। ପୌରପରଷଦ କାର୍ୟ୍ୟକର୍ତ୍ତା, ଟିଟିଲାଗଡ ଥାନା ଅଧିକାରୀଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ଗଣ, ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟର ଏସ୍‌ଡିଏମ୍‌ଓ ଡ. ପାଲ୍‌ ଓ ବିଭିନ୍ନ କର୍ମଚାରୀ, ସାମ୍ବାଦିକ ଗଣ ଉପସ୍ଥିତ ଥିଲେ । ଉପଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ପତାକା ଉତ୍ତୋଳନ କରି ସାରିବା ପରେ ସମସ୍ତ କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଥିଲେ। ପୂର୍ବ ବର୍ଷ ମାନଙ୍କରେ ଟିଟିଲାଗଡର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପ୍ୟାରେଡ୍ କ୍ୟାଡେଟମାନେ ପଡିଆରେ ଉପସ୍ଥିତ ରହି ଓ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରି ଖୁବ୍ ଧୁମ ଧାମରେ ଆୟୋଜନ ହେଉଥିଲା। ଟିଟିଲାଗଡର ଜନସାଧାରଣ ମଧ୍ୟ ସେଠାରେ ଉପସ୍ଥିତ ରହି ଆନନ୍ଦ ଉଲ୍ଲାସର ସହିତସ୍ୱାଧୀନତା ଦିବସ ପାଳନ କରୁଥିଲେ। କିନ୍ତୁ କୋରୋନା ମହାମାରୀକୁ ଆଖି ଆଗରେ ରଖି ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସମସ୍ତ ପ୍ରକାର କାର୍ୟ୍ୟକ୍ରମ କୋଭିଡ-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ୟ୍ୟକ୍ରମ ପରିବେଷଣ କରାଯାଇଛି।

Leave A Reply

Your email address will not be published.