ଧୁବଲପଡ଼ା ପଞ୍ଚାୟତର ବନ୍ଧନଭାଡ଼ି ଗାଁ ପାଇଁ ୪ ଦିନିଆ ସଟ୍‌ ଡାଉନ୍‌ ଘୋଷଣା କଲେ ସରପଞ୍ଚ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ପାଟଣାଗଡ଼ ବ୍ଲକ୍‌ ଅନ୍ତର୍ଗତ ଧୁବଲପଡ଼ାରେ ୪ ଦିନିଆ ସଟ୍‌ ଡାଉନ୍‌ ଘୋଷଣା କରିଛନ୍ତି ଗୋପାଳ ବାଗ । ତେବେ ୨୦ ତାରିଖ ରାତି ୮ ଘଣ୍ଟାରୁ ୨୪ ତାରିଖ ରାତି ୮ ଘଣ୍ଟା ପର୍ଯ୍ୟନ୍ତ ସଂପୃକ୍ତ ଗ୍ରାମ ପଞ୍ଚାୟନ ଅଧୀନସ୍ଥ ବନ୍ଧନଭାଡ଼ି ରାଜସ୍ୱ ଗ୍ରାମକୁ ଜନସାଧାରଣଙ୍କ ସୁରକ୍ଷା ଓ ବୃହତ ସ୍ୱାର୍ଥ ଦୃଷ୍ଟିକୋଣରୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ବନ୍ଧନଭାଡ଼ି ଗ୍ରାମରୁ ୨ ଜଣ କରୋନା ଚିହ୍ନଟ ହେବା ପରେ ସରପଞ୍ଚ ଏହି ପଦକ୍ଷେପ ନେଇଛନ୍ତି । ସେ କହିଛନ୍ତି ଯେ, ଏହି ସଟ୍‌ ଡାଉନ୍‌ ସମୟରେ କେବଳ ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର ଏବଂ ଜନସାଧାରଣଙ୍କ ଯାତାୟାତ ବନ୍ଦ ରହିବ ।

Leave A Reply

Your email address will not be published.