କୋଭିଡ୍ ହସ୍ପିଟାଲରେ ମୃତ ମହିଳାଙ୍କ ବେକରୁ ସୁନା ମାଳି ଗାଏବ ଅଭଯୋଗ

ସମ୍ବଲପୁର, (ଦାମୋଦର ପଣ୍ଡା) : ବିସ୍ମିତ ହେଲା ଭଳି ଘଟଣା। ସମ୍ବଲପୁର କୋଭିଡ୍ ହସ୍ପିଟାଲରେ ରବିବାର ମୃତ୍ୟୁ ବରଣ କରିଥିବା ଜଣେ ମହିଳାଙ୍କ ବେକରୁ ସୁନା ମାଳି ଗାଏବ । ତାଙ୍କ ପୁଅ ଅଭିଷେକ ମୋହନା ଟାଉନ୍ ଥାନାରେ ଅଭଯୋଗ କରିଛନ୍ତି । ତାଙ୍କୁ ମା’ଙ୍କ ଶବ ହସ୍ତାନ୍ତର କଲାବେଳେ ମାଳି ବେକରେ ନ ଥିଲା । ପୂର୍ବରୁ ଅଭିଷେକଙ୍କ ଜେଜେମା ୧୯ ତାରିଖରେ, ଦାଦା ୨୬ ତାରିଖରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ମା ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ । ଗତ ସପ୍ତାହ ଭିତରେ ତାଙ୍କ ପରିବାରର ତିନି ଜଣ ସଦସ୍ୟଙ୍କୁ କରୋନାରେ ହରେଇ ଥିବା ବେଳେ ଏଭଳି ଘଟଣା ଦୁର୍ଭାଗ୍ୟଜନକ ବୋଲି ଅଭିଷେକ କହିଛନ୍ତି ।ଏତେ ସିକ୍ୟୁରିଟି ଭିତରେ ବାହାର ଲୋକ ଚୋରି କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ପୂର୍ବରୁ ମଧ୍ୟ ଏକ ପରିବାର ପକ୍ଷରୁ ଏଭଳି ଅଭିଯୋଗ ହୋଇଥିଲା । ପୋଲିସ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.