ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୬୦୨ ଜଣ ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୨୬୦୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୬୧ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୦୪୧ ଜଣ ଆଂଚଳିକ ସଂକ୍ରମଣର ଶିକାର ହୋଇଛନ୍ତି । ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୪, ବାଲେଶ୍ୱରରୁ ୧୦୩, ବରଗଡ଼ରୁ ୮୨, ଭଦ୍ରକରୁ ୪୭, ବଲାଙ୍ଗିରରୁ ୪୨, ବୌଦ୍ଧରୁ ୯, କଟକରୁ ୨୩୬, ଦେବଗଡ଼ରୁ ୩, ଢେଙ୍କାନାଳରୁ ୬୭, ଗଜପତିରୁ ୭, ଗଂଜାମରୁ ୧୯୦, ଜଗତସିଂହପୁରରୁ ୮୨, ଯାଜପୁରରୁ ୧୦୩, ଝାରସୁଗୁଡ଼ାରୁ ୮୫, କଳାହାଣ୍ଡିରୁ ୬୩, କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୧୨୮, କେଉଁଝରରୁ ୮୬, ଖୋର୍ଦ୍ଧାରୁ ୬୧୬, କୋରାପୁଟରୁ ୧୨୭, ମାଲକାନଗିରିରୁ ୮୦, ମୟୁରଭଂଜରୁ ୭୨, ନବରଂଗପୁରରୁ ୧୮, ନୟାଗଡରୁ ୯୧, ନୂଆପଡ଼ାରୁ ୧୬, ପୁରୀରୁ ୪୬, ରାୟଗଡ଼ାରୁ ୫୪, ସମ୍ବଲପୁରରୁ ୭୮, ସୋନପୁରରୁ ୨୧ ଓ ସୁନ୍ଦରଗଡ଼ରୁ ୧୯ ଜଣଙ୍କ ପଜିଟିଭ୍‌ ବାହାରିଥିବା ସୂଚନା ଦିଆଯାଇଛି । ଓଡ଼ିଶାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୫୩୬ ହୋଇଥିବା ବେଳେ ସୁସ୍ଥତା ଲାଭ କରିଛନ୍ତି ୭୩୨୩୩ ଜଣ । ୧୯୭୫୮ ଜଣ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନାରେ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୭,୮୯,୪୩୩ ଜଣଙ୍କ ପରୀକ୍ଷା କରାଯାଇ ସାରିଛି ।

jittmm
Leave A Reply

Your email address will not be published.