oom

ବୀର ସାବରକରଙ୍କ ଜୟନ୍ତୀରେ ଶୁଖିଲା ଖାଦ୍ୟ ବଣ୍ଟନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶର ମହାନ ବୀର ସାବରକରଙ୍କ ପବିତ୍ର ଜୟନ୍ତୀ ଅବସରରେ ବୁକୁରାମୁଣ୍ଡା ବୀର ସାବରକର ଯୁବକ ସଂଘର ସମସ୍ତ ସଦସ୍ୟ କିଛିକିଛି ଟଙ୍କା ନିଜନିଜ ଭିତରେ ଅସୁଲ କରିବା ସହ ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ଫକିର ସାହୁ ଅବଶିଷ୍ଟ କିଛି ରାଶି ପ୍ରଦାନ କରି ଆଜିର ପବିତ୍ର ଦିବସରେ ବୁକୁରାମୁଣ୍ଡା ଗ୍ରାମର କେତେକ ଅସହାୟ ବେସାହାରା ବ୍ୟକ୍ତିଙ୍କୁ ଏଇ ମହାମାରୀ ଦୁର୍ବିପାକ ସମୟରେ ଶୁଖିଲା ଖାଦ୍ୟ ବଣ୍ଟନ କରି ତାଙ୍କ ମୁହଁରେ ଚେନାଏ ହସ ଫୁଟେଇ ପାରିଥିବାରୁ ଜନସାଧାରଣରେ ବେଶ ପ୍ରଶଂସିତ । ଆଗକୁ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଘର ସଦସ୍ୟ ମାନଙ୍କ ଠାରୁ ପ୍ରକାଶ ।

jittmm
Leave A Reply

Your email address will not be published.