ତୁରେକେଲା ବ୍ଲକରେ କେନ୍ଦ୍ର ସରକାରଙ୍କ ଆମ ସଂକଳ୍ପ ବିକଶିତ ଭାରତ ରଥର ଶୁଭାରମ୍ଭ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକରେ କେନ୍ଦ୍ର ସରକାରଙ୍କ ଆମ ସଂକଳ୍ପ ବିକଶିତ ଭାରତ ରଥ ପରିକ୍ରମା ଶୁକ୍ରବାର ଦିନ କରିଛି । ପ୍ରଥମ ପର୍ଯ୍ୟାୟରେ ବ୍ଲକର ଝରଣି ଓ ତୁରେକେଲା ସଦର ପଂଚାୟତରେ ପରିକ୍ରମା କରିଛି । ଏହି ରଥ କେନ୍ଦ୍ର ସରକାରଙ୍କ ବିଭିନ୍ନ ସରକାରୀ ଯୋଜନା ଲୋକାଭିମୁଖି କରିବା ନେଇ ଭାଜପା ଦ୍ୱାରା ରଥ ପ୍ରତ୍ୟେକ ପଂଚାୟତକୁ ଘୁରି ବୁଲୁ ଥିବା ବେଳେ ତୁରେକେଲା ବ୍ଲକର ଝରଣି ପଂଚାୟତରୁ ଶୁଭାରମ୍ଭ ହୋଇଛି । ଝରଣି ପଂଚାୟତରେ ଏହି ରଥର ଆଗମନରେ ଭବ୍ୟ ସ୍ୱାଗତ କରାଯାଇଛି । ଝରଣି ପଂଚାୟତ ସରପଂଚ ରଘୁବୀର ମେହେରଙ୍କ ଦ୍ୱାରା ସ୍ୱାଗତ କରାଯାଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ କୌଶିକ ମେହେର, ଭାଜପା ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ, ବିଡିଓ ତୁରେକେଲା, ଜି.ପି.ଇ.ଓ., ସି.ଆର୍‌.ପି. ପଂଚାୟତର ଆଙ୍ଗନବାଡି କର୍ମୀ, ଆଶା ମା ସହିତ ବ୍ଲକସ୍ତରୀୟ କର୍ମଚାରୀ ସାମିଲ ଥିଲେ । ସେହିପରି ତୁରେକେଲା ବ୍ଲକ ସଦର ପଂଚାୟତରେ ସରପଂଚ ଜଲନ୍ଧର ମହାକୁଡ ସ୍ୱାଗତ କରିଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଏଲ୍‌.ସି.ଡି. ମାଧ୍ୟମରେ ଜନ ସଚେତନତା କରିବା ସହିତ ସମସ୍ତ ଯୋଜନା ଜନସାଧାରଣଙ୍କ ପାଖରେ ପଂହଚି ପାରୁଛି କି ନାହିଁ ସେ ଉପରେ ସଚେତନତା କରାଯାଇଛି । ଆଗାମୀ ଦିନରେ ବ୍ଲକର ଅନ୍ୟ ସମସ୍ତ ୧୯ ଗୋଟି ପଂଚାୟତ ପରିକ୍ରମା କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!