om academy

ବିଧାନସଭାରେ ପ୍ରଶ୍ନ ରଖିଲେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଜେଏମ୍ଏଫସି କୋର୍ଟ ପ୍ରତିଷ୍ଠା ଓ ସହରାଞ୍ଚଳରେ ପାନୀୟ ଜଳ ସମସ୍ୟା ନେଇ ବିଧାନ ସଭାରେ ପ୍ରଶ୍ନ ରଖିଲେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା । ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଗଞ୍ଜାମ ସହରରେ ୨୦୧୯ ମସିହାରେ ଅନୁଷ୍ଠିତ ହୋଇଥିବା ଏକ ଉଚ୍ଚ ସ୍ତରୀୟ କମିଟି ବୈଠକ ଏକ ସିଭିଲ ଜର୍ଜ ଜୁନିୟର ଡିଭିଜନ ଅଦାଲତ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଉକ୍ତ କୋର୍ଟ ପାଇଁ ଆବଶ୍ୟକୀୟ ପଦଗୁଡିକ ସୃଷ୍ଟି କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ଆବଶ୍ୟକୀୟ ପଦ ପଦବୀ ଏବଂ ଭିତ୍ତିଭୂମିର ବ୍ୟବସ୍ଥା କରାଯିବା ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହାକୁ କାର୍ଯ୍ୟକାରୀ କରାଇବେ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ରଖିଥିଲେ । ସେହିପରି ଗଞ୍ଜାମ ସହରାଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଜନ ସ୍ୱାସ୍ଥ୍ୟ ଖଣ୍ଡ ଭଞନଗର ଅଧିନସ୍ଥ ଗଞ୍ଜାମ ସହରରେ ଦୁଇଟି ପ୍ରକଳ୍ପ ଚାଲୁ ରହିଛି । ବସୁଧା ଯୋଜନାରେ ଦାମୋଦରପୁର ଗ୍ରାମରେ ୨୬.୮୪ ଲକ୍ଷ ଏବଂ ପୋତାଗଡ଼ ଜୟଶ୍ରୀ କେମିକାଲ ଏରିଆରେ ୪୧.୪୨ ଲକ୍ଷ ବ୍ୟୟ ଅଟକଳରେ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବା ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଶ୍ରୀ ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ଏହି ଦୁଇଟି ପ୍ରକଳ୍ପ ସମ୍ପୂର୍ଣ ହେଲେ ସହରରେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଥିଲେ ।

Leave A Reply

Your email address will not be published.