କରେନାର ଭୟଙ୍କର ‌ସ୍ଥିତି ଯୋଗୁଁ ସ୍ଥଗିତ ହେଲା ଡିପ୍ଲୋମା ଏବଂ ପିଡିଆଇଏସ୍‌ ପରୀକ୍ଷା

ଭୁବନେଶ୍ୱର : ମହାମାରୀ କରେନା ପୁଣି ତାର କାୟା ବିିସ୍ତାର କରିବାରେ ଲାଗିଲାଣି । ତେବେ ତାକୁ ଦୃଷ୍ଟିରେ ରଖି ଏସସିଟିଇ ଏଣ୍ଡ୍‌ ଭିଟି ଡିପ୍ଲୋମା ଏବଂ ପିଡିଆଇଏସ୍‌ ପାଠ୍ୟକ୍ରମର ପ୍ରଥମ ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରୀକ୍ଷା ୧୬ ଏପ୍ରିଲରୁ ଆରମ୍ଭ ହେବାର ଥିଲା । ଓଡ଼ିଶାର ଏସସିଟିଇ ଏଣ୍ଡ୍‌ ଭିଟିର ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା ପାଇଁ ସଂଶୋଧିତ ତାରିଖ ଗୁଡିକ ଧାର୍ୟ୍ୟ ପାଠ୍ୟକ୍ରମରେ ସୂଚିତ କରାଯିବ । ଛାତ୍ରମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.