jayashree

ସମ୍ବଲପୁର ବିଶ୍ଵବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରୀ ଭାବେ ବିବେଚିତ ହେଲେ ସିଏନ୍‌ସି ମହାବିଦ୍ୟାଳୟର ଛାତ୍ରୀ ରିଙ୍କି ରାଏ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୨ ତାରିଖ ଦିନ ସିଏନ୍‌ସି ଛାତ୍ରୀ ରିଙ୍କି ରାଏଙ୍କୁ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଦ୍ଵାରା ଶ୍ରେଷ୍ଠ ଛାତ୍ରୀ ଭାବେ ସମ୍ମାନିତ କରାଯାଇଛି । ଓଡିଶା ସୋସାଇଟି ଅଫ୍‌ ଆମେରିକା, ନ୍ୟୁୟର୍କ ଦ୍ଵାରା ପ୍ରଦତ୍ତ ଏହି ସମ୍ମାନଟି ଯୁକ୍ତ ୩ ଶେଷ ବର୍ଷ ସମ୍ମାନ ବିଷୟରେ ଯେଉଁମାନେ ସର୍ବାଧିକ ନମ୍ବର ରଖିଥାନ୍ତି ତାଙ୍କୁ ଦିଆଯାଇଥାଏ । ଏକ ଦିକ୍ଷାନ୍ତ ସମାରୋହରେ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଦ୍ଵାରା ଏକ ସ୍ଵର୍ଣ୍ଣ ପଦକ, ଏକ ପ୍ରମାଣ ପତ୍ର ଓ କିଛି ଅର୍ଥରାଶି ଦ୍ଵାରା ସମ୍ମାନିତ କରାଯାଇଥିଲା । ପ୍ରକାଶ ଥାଉକି ଗତ ୨୦୨୧-୨୨ ଶିକ୍ଷା ବର୍ଷରେ ସିନ୍‌ସି ମହାବିଦ୍ୟାଳୟର ୩ଟି ଛାତ୍ରୀ ମିସ୍ ରିଙ୍କି ରାଏ, ମିସ୍ ରାବିଆ ହସନ୍, ମିସ୍ ମୋନିକା ଅଗ୍ରୱାଲ ଓ ମିସ୍ ନିବେଦିତା ପ୍ରଧାନ ଯଥାକ୍ରମେ ବିଶ୍ଵବିଦ୍ୟାଳୟର ପ୍ରଥମ, ଦ୍ଵିତୀୟ, ସପ୍ତମ ଓ ନବମ ସ୍ଥାନ ଅଧିକାର କରି ମହାବିଦ୍ୟାଳୟକୁ ଗୌରବାନ୍ଵିତ କରିଥଲେ । ମିସ୍ ରିଙ୍କି ରାଏ ସର୍ବାଧିକ ୯୩.୯୦ ପ୍ରତିଶତ ନମ୍ବର ରଖିଥିଲେ । ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କର ଅଭିଭାବକ ତଥା ସିଏନ୍‌ସି ମହାବିଦ୍ୟାଳୟର ସମଗ୍ର ଅଧ୍ୟାପକ ଅଧ୍ୟାପିକାଙ୍କୁ ଶ୍ରେୟ ଦେଇଥିଲେ । ଏହି ସମ୍ବାଦ ପାଇଁ ସିଏନ୍‌ସି ମହାବିଦ୍ୟାଳୟରେ ଖୁସିର ଲହରି ଖେଳିଯାଇଛି । ଅନୁଷ୍ଠାନର ପରିଚାଳକ ଆଶୁତୋଷ ପୁରୋହିତ ଓ ପ୍ରଦୀପ ସାହୁ ତଥା ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ରିଙ୍କି ରାଏକୁ ସମ୍ବର୍ଦ୍ଧନା ଜଣାଇଥିଲେ ।

Leave A Reply

Your email address will not be published.