ls

କଂଟାବାଂଜି ଓ ତୁରେକେଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଂଟନ

sb

କଂଟାବାଂଜି, (ମନିଷ କୁମାର ହଂସ) : ଓଡିଶା ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ବୁଧବାର ଦିନ ପଶ୍ଚିମ ଓଡିଶାରୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି । ଏହା ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗିରରୁ ଶୁଭାରମ୍ଭ କରି ହିତାଧିକାରୀମାନଙ୍କୁ କାର୍ଡ ବଂଟନ କରାଯାଇଛି । ଏହି ପରିପ୍ରେକ୍ଷୀରେ କଂଟାବାଂଜି ଏନ.ଏ.ସି. ସହରାଂଚଳର ୧୬ ଗୋଟି ୱାର୍ଡର ହିତାଧିକାରୀମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସ୍ମାର୍ଟ କାର୍ଡ ବଂଟନରେ ପ୍ରଥମ ଦିନରେ ୱାର୍ଡ ନଂ. ୧ର ୪୨୬ଜଣ ହିତାଧିକାରୀମାନଙ୍କୁ ଏହି ସୁବିଧା ଦିଆଯାଇଛି । ଏହି ଅବସରରେ ଆଦିବାସୀ ଓ ହରିଜନ କଲ୍ୟାଣ ଉନ୍ନୟନ ତଥା ସଂଖ୍ୟା ଲଘୁ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ମୂଖ୍ୟମନ୍ତ୍ରୀଙ୍କ ଜନସାଧାରଣ ଭର୍ଚୁଆଲ ମିଟିଂଗରେ ସାମିଲ ହୋଇ ଯୋଜନା ଉପରେ ଜନସାଧାରଣଙ୍କୁ ଅବଗତ କରିଥିଲେ । ଏହାପରେ ଅପରାହ୍ନ ୩ ଘଂଟା ସମୟରେ ସ୍ଥାନୀୟ ଏନ.ଏ.ସି.ସ୍ଥିତ ଗ୍ରାଉଣ୍ଡ ଫ୍ଲୋରରେ ଆୟୋଜିତ ସଭାରେ ଉଦବୋଧନ ଦେବା ସହ ହିତାଧିକାରୀମାନଙ୍କୁ କାର୍ଡ ବଂଟନ କରିଥିଲେ । ଏହି କାର୍ଡ ବଂଟନ ଆଜିଠାରୁ ଆସନ୍ତା ରବିବାର ଦିନ ପର୍ଯ୍ୟନ୍ତ ଏନ.ଏ.ସି.ର ୩୭୦୦ରୁ ଊର୍ଦ୍ଦ ହିତାଧିକାରୀମାନେ ଏହି ଯୋଜନାରେ ସାମିଲ ହେବେ ବୋଲି ଏନ.ଏ.ସି. ତରଫରୁ ଜଣାପଡିଛି । ସମସ୍ତ ହିତାଧିକାରୀମାନଙ୍କୁ ସହରର ୫ଟି ସ୍ଥାନ ଯଥା ଏନ.ଏ.ସି. କାର୍ଯ୍ୟାଳୟ, କଲ୍ୟାଣ ମଣ୍ଡପ, ଝାଙ୍କରପଡା ସ୍କୁଲ, ନୋଡାଲ ୟୁ.ପି.ସ୍କୁଲ ସହ ତହସିଲ ଅଫିସ ନିକଟସ୍ଥ ଏମ.ଏ.ସି.ଠାରେ ହିତାଧିକାରୀମାନଙ୍କୁ କାର୍ଡ ବଂଟନ କରାଯିବା ନେଇ ସ୍ଥିର କରାଯାଇଛି । ପ୍ରଥମ ଦିନର କାର୍ଡ ବଂଟନରେ ଉପଦେଷ୍ଟା ଅମରେନ୍ଦ୍ର ଦାସ ସହ ସ୍ଥାନୀୟ ଏନ.ଏ.ସି. ନିର୍ବାହୀ ଅଧିକାରୀ ସାମ୍ମି ରେଡ୍ଡି ଜୟଶ୍ରୀ, ନୋଡାଲ ଅଫିସର ଚନ୍ଦ୍ର ଶେଖର ଭୋଇ, ଏମ.ଇ. ଅଶୋକ କୁମାର ପଟ୍ଟନାୟକ, ଜେଇ ଆଦିତ୍ୟ କୁମାର ମିଶ୍ର, ସି.ଓ. ଜ୍ୟୋସ୍ନାମୟୀ ବାରିକ ସହ ସମସ୍ତ କର୍ମଚାରୀ, ଅଙ୍ଗନବାଡି କର୍ମି, ଆଶାମାନଙ୍କ ସହ ପୋଲିସ ବିଭାଗ ସହଯୋଗ କରିଥିଲେ । ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଂଟନ ସଂପୂର୍ଣ୍ଣ ଭାବେ ସରକାରୀ ଯୋଜନା ରହିଥିବା ବେଳେ ସ୍ଥାନୀୟ ଏନ.ଏ.ସି. ତରଫରୁ କୌଣସି ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦିଆଯାଇ ନ ଥିଲା ଯାହା ଫଳରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅସମ୍ମାନ କରାଯାଇଥିବା ନେଇ ମନ୍ତ୍ରୀ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ । ସରକାରୀ ଯୋଜନାରେ ଏନ.ଏ.ସି.ର ଏପରି ଦାୟିତ୍ୱ ହୀନତା କାର୍ଯ୍ୟକୁ ନେଇ ଆସନ୍ତା ଦିନରେ ଏପରି ଅବ୍ୟବସ୍ଥା ହୁଏ ତେବେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି । ସେହିପରି ତୁରେକେଲା ବ୍ଲକ ସଦର ମହକୁମାରେ ମଧ୍ୟ ସ୍ମାର୍ଟ କାର୍ଡ ବଂଟନ କରାଯାଇଛି । ମନ୍ତ୍ରୀ ପ୍ରେମାନନ୍ଦ ନାଏକ ମୁଖ୍ୟ ଅତିଥୀ, ଉପଦେଷ୍ଟା ପ୍ରିୟଦର୍ଶି ମିଶ୍ର ଯୋଗ ଦେଇ ଶୁଭାରମ୍ଭ କରିଥିବା ବେଳେ ବି.ଡି.ଓ. ମନୋରଂଜନ ପାଣିଗ୍ରାହୀ ଏବଂ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

pc pk
Leave A Reply

Your email address will not be published.