pr

ଯୁବ ଖ୍ରୀଷ୍ଟିଆନ ସୋସାଇଟିର ବିକ୍ଷୋଭ ଓ ସ୍ମାରକ ପତ୍ର ପ୍ରଦାନ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍ତରପ୍ରଦେଶ ହଥରସ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାର ବିରୋଧରେ କଲେଜ ଛକ ସ୍ଥିତ ଯୁବ ଖ୍ରୀଷ୍ଟିଆନ ସୋସାଇଟି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛି । ଏହି ପତ୍ରରେ ହଥରସ ଗଣ ଧର୍ଷଣ ଓ ହତ୍ୟାକାରୀଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ବର୍ବର ଘଟଣା ପାଇଁ ଦାୟୀ ସମସ୍ତ ବ୍ୟକ୍ତିଙ୍କ ଉପରେ ଦୃଢ ପଦେକ୍ଷପ ନେବା ପାଇଁ ଦାବୀ କରାଯାଇଛି । ଆହୁରି ଦେଶରେ ଦିନ କୁ ଦିନ ମହିଳାମାନଙ୍କ ଉପରେ ଅତ୍ୟାଚାର ବଢି ବଢି ଚାଲୁଥିବା ବେଳେ ଦୋଷୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ସଂଖ୍ୟା କମିବାରେ ଲାଗିଛି, ଯାହା ଅତ୍ୟନ୍ତ ଚିନ୍ତା ଜନକ ବିଷୟ । ତେଣୁ ଯୌନ ନିର୍ୟ୍ୟାତନାକୁ ରୋକିବା ଦିଗରେ ପ୍ରଧାନମନ୍ତ୍ରୀ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସୋସାଇଟି ଦାବୀ କରିଛି । ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସାମନାରେ ସୋସାଇଟିର ଅନେକ ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ନାରୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଦାବୀ କରିଥିବା ବେଳେ ଆଜି ସଂନ୍ଧ୍ୟାରେ ସୋସାଇଟି ତରଫରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କାରାଯାଇଥିବା ସୁଚନା ରହିଛି ।

nrusinghnath
Leave A Reply

Your email address will not be published.