ବଲାଙ୍ଗିର ଜିଲ୍ଲା କଂଗ୍ରେସ ଅନୁସୂଚୀତ ଜାତି ସେଲ ତରଫରୁ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଗଣଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍ତରପ୍ରଦେଶ ଅନ୍ତର୍ଗତ ହଥରସ ଗଣ ଦୁଷ୍କର୍ମ ଘଟଣା ଭାରତ ବର୍ଷର ସମସ୍ତ ଦଳିତ ସମାଜର ଏକ ମର୍ମାହତ ଅବସ୍ଥା ସୃଷ୍ଟି କରିଛି । ଏକ ଦଳିତ ନାବାଳିକା ଯୁବତୀ ଗଣଦୁଷ୍କର୍ମ ଘଟଣାରେ ଉତ୍ତର ପ୍ରଦେଶ ସରକାର ନିସ୍କ୍ରିୟତା ଏବଂ ପୀଡିତାଙ୍କ ମୃତ୍ୟୁ ପରେ ଜିଲ୍ଲା ପ୍ରଶାସନ ସମେତ ପୋଲିସ ନାରକୀୟ କାର୍ୟ୍ୟକ୍ରମ ସମଗ୍ର ଦେଶ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ହଥରସ ପୋଲିସ ପୀଡିତାଙ୍କ ଶବକୁ ଜବରଦସ୍ତ ପୋଡି ଦେବା ଆହୁରି ସନ୍ଦେହକୁ ଘନୀଭୂତ କରିଥିବା ବେଳେ ତାଙ୍କ ପରିବାରକୁ ଧମକ ଚମକ ଦେବା ଦୁର୍ଭାଗ୍ୟର ବିଷୟ । ଦଳିତ ଯୁବତୀ ପରିବାରଙ୍କୁ ନ୍ୟାୟ ଏବଂ ରାଜ୍ୟର ଯୋଗୀ ସରକାର ଏବଂ କେନ୍ଦ୍ରର ମୋଦୀ ସରକାର‌ଙ୍କ ବରଖାସ୍ତ ଦାବୀରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ଅନୁସୂଚିୀତ ଜାତି ସେଲ ବିଭାଗ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବିଶିଷ୍ଟ ଦଳିତ ନେତା ସତ୍ୟାନନ୍ଦ ସୁନା, ଓମ୍ ପ୍ରକାଶ କୁମ୍ଭାର, ଯୁବ ଦଳିତ ନେତା ମନବୋଧ ହରପାଲଙ୍କ ସମେତ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ଉପସଭାପତି ମନୀଷ ମିଶ୍ର, ରାଜ୍ୟ କଂଗ୍ରେସ ସଂପାଦକ ଅଜୟ ବାଲି, ଅସିତ ମିଶ୍ର, ସାନନ୍ଦ ମିଶ୍ର, ବ୍ରଜ ବିହାରି ନାଗ, ଅଙ୍କିତ ସାହୁ, ଲକ୍ଷ୍ମୀ ବାରିକ, ଚିନ୍ମୟ ତାଣ୍ଡି, ଅବିନାଶ ସାଏ, ମାନସ ମହାନ୍ତି, କିଶୋର ଦଣ୍ଡସେନା, ସଂଜୟ ମିଶ୍ର, ହେମନ୍ତ ମଚଖଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.