p purohi

ସିରଜିନା ପରବ୍ ୨୦୨୦ ଅନୁଷ୍ଠିତ

dr. purohit

ଲୋଇସିଂହା, (ରାଜେଶ ଦଣ୍ଡସେନା) : ଲୋଇସିଂହା ଏବଂ ଆଗଲପୁର (ଡୁଡୁକା) ବ୍ଳକର ମଧ୍ୟ ଭାଗରେ ଥିବା ରୁଗୁଡିଖାଲ ମାନସବିହାର ରାମମନ୍ଦିର ଠାରେ ଡୁଙ୍ଗୁରିପାଲି ନୁଆଁସକାଲ ପବ୍ଲିକେଶନ ତରଫରୁ ଅନୁଷ୍ଠିତ ହୋଇଯାଇଛି ସିରଜିନା ପରବ୍ ୨୦୨୦। ସାହିତ୍ୟିକ ଗଜେନ୍ଦ୍ର ଦଣ୍ଡସେନାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ରସିକ ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅଲେଖ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ଲଳିତ ମୋହନ ସାହୁ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସଭା ପ୍ରାରମ୍ଭରେ ଆକାଶବାଣୀ ତଥା ଦୂରଦର୍ଶନର ବିଶିଷ୍ଟ କଣ୍ଠଶିଳ୍ପୀ ସଦାନନ୍ଦ ସାହୁ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ସଚ୍ଚିଦାନନ୍ଦ ପଧାନ ସ୍ଵାଗତ ଭାଷଣ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ବିଶିଷ୍ଟ ଲେଖକ ଗୋବର୍ଦ୍ଧନ ସାହୁଙ୍କ ରଚିତ ସମ୍ବଲପୁରୀ /କୋଶଲି ପୁସ୍ତକ ‘ଦିଗବଳୟର ଇଫାଲେ ସେଫାଲେ’ ଏବଂ ବିଶିଷ୍ଟ ନାଟ୍ୟକାର ଚନ୍ଦ୍ରାବତୀ ପାଣ୍ଡେଙ୍କର ଶିଶୁ ନାଟକ ‘ବାଲୁତ୍ ବୀର୍’ ଉନ୍ମୋଚିତ ହୋଇଥିଲା । ଉକ୍ତ ପୁସ୍ତକ ଦୁଇଟିକୁ ଡ.ସୁବାସ ପାତ୍ର ସମୀକ୍ଷା କରିଥିଲେ । ପରେ ପରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ନିତ୍ୟାନନ୍ଦ ଜୁଏଡ, ଉମେଶ ବିଶ୍ବାଲ, ରୁକ୍ମଣ ବିଶ୍ବାଲ, ଯଦୁମଣୀ ସାହୁ, ବ୍ରଜମୋହନ ବିଶୋଇ, ମହେନ୍ଦ୍ର ପଟେଲ, ରାଧାକାନ୍ତ ସାହୁ ପ୍ରମୁଖ କବିତା ପାଠ କରିଥିଲେ । ଧ୍ରୁବଚରଣ ପଧାନ କବିତା ସମୀକ୍ଷା କରିଥିବା ବେଳେ ଗୌରାଙ୍ଗ ପାଣ୍ଡେ ପରିଚାଳନା କରିଥିଲେ।

nrusinghnath
Leave A Reply

Your email address will not be published.