pakka

ଟିଟିଲାଗଡ଼ ମୁଡାବନ୍ଧ ପାଖ ଶିରିଡ଼ି ସାଇ ସଂସ୍ଥାନ ମନ୍ଦିରର ନୂତନ ଗୃହର ଶିଳାନ୍ୟାସ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

bbehera

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ସଂଧ୍ୟାରେ ଟିଟିଲାଗଡ଼ ମୁଡାବନ୍ଧ ପାଖ ଶିରିଡ଼ି ସାଇ ସଂସ୍ଥାନର ନୂତନ ଗୃହ ପାଇଁ ଶିଳାନ୍ୟାସ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ପୂର୍ବରୁ ମଧ୍ୟ ଏହି ସଂସ୍ଥାନ ପାଇଁ ସାଂସଦ ଶ୍ରୀ ବିଶି, ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମଧ୍ୟ ସହାୟତା ରାଶି ପ୍ରଦାନ କରିଛନ୍ତି । ୨୦୧୮ରୁ ଏହି ଶିରିଡ଼ି ସାଇ ସଂସ୍ଥାନର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ଯାଏଁ ଧୀରେ ଧୀରେ ମନ୍ଦିରର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଏହି ଶିଳାନ୍ୟାସ ଉତ୍ସବରେ ଶିରିଡ଼ି ସାଇ ସଂସ୍ଥାନର ସଭାପତି ରାଜେନ୍ଦ୍ର ପ୍ରସାଦ ମିଶ୍ର, ସମ୍ପାଦକ ପଦ୍ମନାଭ ବେହେରା, ସାଂସଦଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ, ଉପଦେଷ୍ଟା ରାଜଦୀପ ପଟ୍ଟନାୟକ, ୱାର୍ଡ ମେମ୍ବର ଭୁବନେ ପଟ୍ଟନାୟକ ମଞ୍ଚାସୀନ ହୋଇଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ଚିନ୍ତାମଣି ମହାପାତ୍ର । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବିଶି ଶ୍ରୀ ଶିରିଡ଼ି ସାଇବାବାଙ୍କ ନାମ ଧରି ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ । ଧାର୍ମିକ ଭାବନା ମଣିଷକୁ ଗଢି ତୋଳିବାରେ ସହାୟକ ହୋଇଥାଏ, ନିଜର ମନର ଶାନ୍ତି ପାଇବା ପାଇଁ ଭକ୍ତି ଭାବନା, ଧର୍ମକୁ ମାନି ଶ୍ରୀ ଶିରିଡ଼ି ସାଇବାବାଙ୍କୁ ନିଜର ନୀତି ଆଦର୍ଶ ଅନୁସାରେ ଅନୁପ୍ରାଣିତ ହୋଇ ନିଜର ଜୀବନରେ ଶାନ୍ତି ପାଇ ପାରୁଛନ୍ତି । ଭଗବାନଙ୍କ କାମରେ ମୋ ଦ୍ୱାରା ଯାହା ବି ସାହାଯ୍ୟ ସହଯୋଗ କରି ହେବ ମୁଁ ନିଶ୍ଚୟ କରିବି ବୋଲି ଶ୍ରୀ ବିଶି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶମ୍ଭୁ ପ୍ରସାଦ ଗୋୟଲ, ପ୍ରଶାନ୍ତ ବେହେରା, ସସଦ୍ରୀ ରାଓଙ୍କ, ପ୍ରଦିପ ଦେ, କୈଳାସ ସାହୁଙ୍କ ସମେତ ବହୁ ଭକ୍ତମାନେ ଉପସ୍ଥିତ ଥିଲେ । ଶେଷରେ ସହ ସଂପାଦକ ପ୍ରଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିବା ପରେ ଶ୍ରୀ ବିଶି ମନ୍ଦିର ଭିତର ବୁଲି ଦେଖିଥିଲେ ।

jay balangir
Leave A Reply

Your email address will not be published.

12 + 19 =