pakka

କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ଵାରା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ୫ଲକ୍ଷ ଟଙ୍କାର ୬ଟି ପ୍ରକଳ୍ପର କାର୍ଯ୍ୟାଦେଶ ବଣ୍ଟନ

bbehera

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ଵାରା ୨୦୨୧-୨୨-୨୩ ଆର୍ଥିକ ବର୍ଷର ୬ଟି ବିଭିନ୍ନ ପ୍ରକଳ୍ପର ମୋଟ ୫ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲ । ବିଶେଷ ଭାବେ ମନ୍ଦିର ଓ ଦେବାଦେବୀ ପୀଠ ଗୁଡିକର ଉନ୍ନତିକରଣ ପାଇଁ ଏହି କାର୍ଯ୍ୟାଦେଶଗୁଡ଼ିକ ବଣ୍ଟନ କରାଯାଇଥିବା ବେଳେ ଏହି ପ୍ରକଳ୍ପ କାର୍ଯ୍ୟାଗୁଡ଼ିକ ଶୀଘ୍ର ଶେଷ କରିବା ପାଇଁ ବିଧାୟକ ପରାମର୍ଶ ଦେଇଥିଲେ । ଏଥିରେ କୁମ୍ଭାରି ଚଣ୍ଡୀ ମନ୍ଦିର ଉନ୍ନତିକରଣ ପାଇଁ ୧ଲକ୍ଷ, ଗୁଞ୍ଚିତରା ଠାକୁରାଣୀ ମନ୍ଦିର ଉନ୍ନତିକରଣ ପାଇଁ ୧ଲକ୍ଷ, ରଣାବନ୍ଧ ପ୍ରହରୀ ମଣ୍ଡପ ଉନ୍ନତିକରଣ ପାଇଁ ୧ଲକ୍ଷ, ପୁଡ଼ାପାଲି ଗିରି ଗୋବର୍ଦ୍ଧନ ମଣ୍ଡପ ଉନ୍ନତିକରଣ ପାଇଁ ୧ଲକ୍ଷ, ଦେଜୁରୀ ଧରଣୀଖୁଟା ଉନ୍ନତିକରଣ ପାଇଁ ୫୦ହଜାର ଓ ରଣାବନ୍ଧ ପ୍ରହରୀ ମଣ୍ଡପ ଉନ୍ନତିକରଣ ପାଇଁ ୫୦ହଜାର ଟଙ୍କାର କାର୍ଯ୍ୟାଦେଶ ବିଧାୟକ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲ, ବରିଷ୍ଠ ରାଜସ୍ୱ ସହାୟକ ରମେଶ ଛୁରା, ପୂର୍ବ ଜିଲ୍ଲା ପରିଷଦ ସଦସ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ବେଳାରସେନ ବେହେରା, ଚଣାବାହାଲର ପୂର୍ବ ସରପଞ୍ଚ ବିଦ୍ୟାଧର ହାତୀ, ବେଣୁଧର ପଶାୟତଙ୍କ ସମେତ ଅନ୍ୟ କଂଗ୍ରେସ କର୍ମକର୍ତ୍ତା ଓ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

jay balangir
Leave A Reply

Your email address will not be published.

twelve − 12 =