ବଲାଙ୍ଗିର ଜିଲ୍ଲା ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ତରଫରୁ ଗଣ ଶିକ୍ଷା ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌): ସ୍ଥାନୀୟ ସର୍କିଟ ହାଉସ ଠାରେ ବଲାଙ୍ଗିର ଜିଲ୍ଲା ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ତରଫରୁ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କୁ ସାକ୍ଷାତ କରି ୨୦୧୩ ବ୍ୟାଚର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ୬ ବର୍ଷର ସନ୍ତୋଷଜନକ କାର୍ଯ୍ୟକରିବା ପରେ ନିୟମିତ କରିଥିବାରୁ କୃତଜ୍ଞତା ଜ୍ଞାପନ ସହ ଧନ୍ୟବାଦ ଜଣାଇଥିଲେ । ପ୍ରକାଶ ଥାଉ କି, ଗତ ତା.୧୧.୦୧.୨୦୨୧ ସୋମବାର ଦିନ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କୁ ବଲାଙ୍ଗିର ଗସ୍ତ ସମୟରେ ସଂଘ ତରଫରୁ ୨୦୧୩ ବ୍ୟାଚ୍‌ର ନିୟମିତ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଓ ୨୦୧୬ ବ୍ୟାଚର୧୦ ମାସ ଛଟେଇ ଅବଧିକୁ ମୂଳ ଚାକିରୀରେ ମିଶ୍ରଣ ପାଇଁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ସଂଘର ସଭାପତି ବିନୋଦ କୁମାର ମିଶ୍ରଙ୍କ ସହ ପରାମର୍ଶଦାତା ରଞ୍ଜିତ ମିଶ୍ର, ରାମନାରାୟଣ ଦାଶ, ସମ୍ପାଦକ ଅରବିନ୍ଦ କୁମ୍ଭାର, ଉପସଭାପତି ଯଦୁମଣୀ ବଗର୍ତ୍ତି , ଶ୍ରୀକୃଷ୍ଣା ପଟେଲ ପ୍ରମୁଖ ରାଜ୍ୟରେ ୨୦୧୬ ବ୍ୟାଚରେ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ୧୦ ମାସ ଛଟେଇ ଅବଧିକୁ ମୂଳ ଚାକିରୀରେ ସଂଯୋଗ କରିବା ନିମନ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଦାଶ ସଂଘର ଅନୁରୋଧକୁ ବିଚାର କରିବା ପାଇଁ ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.