୨୪ରେ ନିଯୁକ୍ତି ଭିତ୍ତିକ ପରାର୍ମଶ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ଜୀବିକା ମିଶନ, ଡେଲାଙ୍ଗ ଆନୁକୂଲ୍ୟରେ ଓ ଓରମାସ/ଡିଆର୍‌ଡିଏ, ପୁରୀ ସହଯୋଗରେ ଆସନ୍ତା ଡିସେମ୍ବର ୨୪ ତାରିଖରେ ବେକାର ଯୁବକ/ଯୁବତୀମାନଙ୍କ ପାଇଁ ନିଯୁକ୍ତି ମେଳା ତଥା ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ ହେବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ ସୂଚନା ଦେଇଛନ୍ତି । ଏଥିସହ ଗାଁ ଗାଁ ବୁଲି ଜନସଚେତନତା ପାଇଁ ଏକ ପ୍ରଚାର ରଥକୁ ବିଡ଼ିଓ ଶ୍ରୀ ଷଡଙ୍ଗୀ ଉଦ୍‌ଘାଟନ କରିଥିଲେ । ଦୀନଦୟାଲ ଉପାଧ୍ୟକ୍ଷ ଗ୍ରାମୀଣ କୌଶଳ ଯୋଜନାରେ ଡେଲାଙ୍ଗ ବ୍ଲକର ବେକାରୀ ଯୁବକ ଯୁବତୀମାନେ ସେମାନେ ଆତ୍ମନିର୍ଭରଶୀଳ ପାଇଁ ଏହି ନିଯୁକ୍ତି ମେଳା/ପରାମର୍ଶ ଶିବିରରେ ପ୍ରମାଣପତ୍ର ନେଇ ଅଂଶ ଗ୍ରହଣ କରିପାରିବେ ।

Leave A Reply

Your email address will not be published.