lika

ତୁରେକେଲା ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର

gbag

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ତୁରେକେଲା ପଞ୍ଚାୟତ କାର୍ଯ୍ୟାଳୟଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ତୁରେକେଲା ପଞ୍ଚାୟତର ସରପଞ୍ଚ ମାଧୁରୀ ବେହେରାଙ୍କ ସଭାପତିତ୍ୱରେ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା, ଏପିଓ ଲକ୍ଷ୍ମଣ କୁମାର ବୁଡେକ, ଜିପିଓ ପୁରୁଷୋତ୍ତମ ମାଝୀ, ସମିତିସଭ୍ୟ ମୁରଲୀଧର କୁମ୍ଭାର, ନାଏବ ସରପଞ୍ଚ ଧନେଶ୍ୱର ବାଗ, ହନୁମାନ ବେହେରା, ରାଧେଶ୍ୟାମ କେତକୀ, କାର୍ଯ୍ୟନିର୍ବାହୀ ଅଧିକାରୀ ପରମାନନ୍ଦ ମହାନନ୍ଦ, ଶଶିକାନ୍ତ ପ୍ରଧାନ, ଜିଆର୍‌ଏସ୍‌ ଡମ୍ବରୁ ତାଣ୍ଡି, ରାସବିହାରୀ ଘିଭେଲା, ବିପିଏମ୍‌ ବିଜୟ ବେହେରା, ରେଣୁରଞ୍ଜନ ବାଗ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ବିଷୟରେ ଆଲୋଚନା କରିଥିଲେ । ବିଭିନ୍ନ ବ୍ୟକ୍ତି ବିଶେଷମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ରବିନ୍ଦ୍ର ବେହେରା ପରିଚାଳନା କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଗୀତ ମାଧ୍ୟମରେ ଲୋକଙ୍କୁ ଜଣାଇଥିଲେ । ଏଥିରେ ଯୋଗାଣ ସହାୟକ, ଜିଓଟେଗ ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା, ପଞ୍ଚାୟତ କର୍ମଚାରୀ ସହ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

sandip
Leave A Reply

Your email address will not be published.