jayashree

କୋଭିଡ ଭେକସିନର ଶୁଭାରମ୍ଭ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ କୋଭିଡ ଭେକସିନ ପ୍ରଦାନ କାର୍ୟ୍ୟକ୍ରମର ଶୁଭାରମ୍ଭ ହୋଇଛି । ଅତିଥି ଭାବେ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସପି ପଦ୍ମିନୀ ସାହୁ ଏବଂ ସିଡିଏମଓ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ମୁଖ୍ୟ ଚିକିତ୍ସାଳୟ ଡାକ୍ତର ଏସ କେ ତ୍ରିପାଠୀଙ୍କୁ ପ୍ରଥମ ଟୀକା ଦିଆଯାଉଥିଲା । ସେହିପରି ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ଲମ୍ବୋଦର ପଟେଲ, ବିକାଶ ମଲ୍ଟି ସ୍ପେସାଲିଟି ହସ୍ପିଟାଲରେ ଡାକ୍ତର ଆଶିଷ କୁମାର ଶତପଥୀ, ବରଗଡ଼ ପିସିସି ସେଣ୍ଟରରେ ଆଶା କର୍ମୀ ସୁଲତା ରାନୀ ରେଭେନଙ୍କୁ ପ୍ରଥମ ଟୀକା ଦିଆଯାଉଥିଲା ।

Leave A Reply

Your email address will not be published.