ଦଶାହ ଉପଲକ୍ଷେ ଶିକ୍ଷୟତ୍ରୀ ନିରଦପ୍ରଭା ପାଢ଼ୀଙ୍କୁ ଶ୍ରଦ୍ଧା ସୁମନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଶାହ ଉପଲକ୍ଷେ ସ୍ଥାନୀୟ ପେଲେସ୍‌ ଲାଇନ୍‌ର ନିରଦପ୍ରଭା ପାଢ଼ୀଙ୍କୁ ଶ୍ରଦ୍ଧା ସୁମନ ପ୍ରଦାନ କରାଯାଇଛି । ଏହି ଅବସରରେ ତାଙ୍କ ସ୍ୱାମୀ ଶରଦିନ୍ଦୁ ଭୂଷଣ ହୋତା ଏବଂ ତାଙ୍କ ପରିବାର ବର୍ଗ ତଥା ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ଶ୍ରଦ୍ଧାଂଜଳି ଦିଆଯାଇଥିବା ବେଳେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଛି । ୨୧ ଫେବୃୟାରୀ ୧୯୬୧ରେ ଜନ୍ମ ଗ୍ରହଣ କରିଥିବା ନିରଦପ୍ରଭା ଦେବୀ ଜଣେ ନିଷ୍ଠାପର ଶିକ୍ଷୟତ୍ରୀ ଭାବେ ବେଶ୍‌ ସୁନାମ ଅର୍ଜନ କରିଥିବା ବେଳେ ଜଣେ ଶ୍ରଦ୍ଧାମୟୀ ତଥା ଧର୍ମପରାୟଣା ମହିଳା ଭାବେ ସାରା ସହରରେ ଘରେ ଘରେ ସେ ପରିଚିତ ଥିଲେ । ଦୀର୍ଘ ବର୍ଷ ହେଲା କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଆପୋଲୋ ହସ୍‌ପିଟାଲ୍‌ରେ ତାଙ୍କ ଚିକିତ୍ସା ଚାଲିଥିଲା । ତେବେ ତାଙ୍କ ସ୍ୱାମୀ ଶ୍ରୀ ହୋତା ତଥା ତାଙ୍କ କନ୍ୟାଦ୍ୱୟଙ୍କ ଅକ୍ଲାନ୍ତ ଚେଷ୍ଟା ପରେ ମଧ୍ୟ ସେ ସଂପୂର୍ଣ୍ଣ ଆରୋଗ୍ୟ ହୋଇ ପାରିନଥିଲେ । ଶେଷରେ କିଡନୀ ରୋଗରେ ହିଁ ଗତ ୨୧ ଅଗଷ୍ଟ ୨୦୨୦ରେ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପ୍ରାଣହାନୀ ଘଟିଛି । ଆଜି ଦଶାହ ଉପଲକ୍ଷେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Leave A Reply

Your email address will not be published.