oum

ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ବିୟୋଗରେ ମହାନଦୀ ସାହିତ୍ୟ ସଂସଦ ତରଫରୁ ଶ୍ରଦ୍ଧାଞ୍ଜଳି

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପଣ୍ଡିଚେରୀ ଆଶ୍ରମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଥିବା ଓଡ଼ିଆ ତଥା ଇଂରାଜୀ ଭାଷାର ବିଶିଷ୍ଟ ଲେଖକ ପଦ୍ମବିଭୁଷଣ ମନୋଜ ଦାସଙ୍କ ପାଇଁ ସାରା ଓଡ଼ିଶାର ସାହିତ୍ୟ ପ୍ରେମୀ ମର୍ମାହତ । ସଂଧ୍ୟା ସମୟରେ ମହାନଦୀ ସାହିତ୍ୟ ସଂସଦ, ସୁବର୍ଣ୍ଣପୁର ତରଫରୁ ସୁବର୍ଣ୍ଣପୁର ସହରର ପଂଚରଥ ମନ୍ଦିର ପ୍ରାଙ୍ଗଣରେ ସେହି ମହାନ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସଂସଦର ସମ୍ପାଦକ ଡକ୍ଟର ସୌରଭ ରଂଜନ ଖମାରୀଙ୍କ ଆବାହନରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଂସଦର ସଭାପତି ଗଦାଧର ବାରିକ ଓ ଉପସଭାପତି ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ସହିତ କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଦ୍ୟୁମ୍ନ କୁମାର ସାହୁ, ବନମାଳୀ ପଣ୍ତା, ପ୍ରଭୁଦତ୍ତ ରଥ, ସହ ସମ୍ପାଦକ ଲକ୍ଷ୍ମୀନାରାୟଣ ସାହୁ, ସଦସ୍ୟ ସଂଜିବ ନାୟକ, କ୍ଷୀରୋଦ ବିହାରୀ ବିଶ୍ୱାଳ, ଉମେଶ କୁମ୍ଭାର ପ୍ରମୁଖ ଯୋଗଦାନ ପୂର୍ବକ ସ୍ୱର୍ଗତ ମନୋଜ ଦାଶଙ୍କ ସାହିତ୍ୟ କୃତ୍ତିର ସ୍ମୃତିଚାରଣ କରିଥିଲେ । ଶେଷ ବସନ୍ତର ଚିଠି, ଆକାଶର ଇସାରା, ଅମୃତ ଫଳ, ଶେଷ ତାନ୍ତ୍ରିକର ସନ୍ଧାନରେ, ଆରଣ୍ୟକ, ଲକ୍ଷ୍ମୀର ଅଭିସାର, ଆବୁ ପୁରୁଷ, ଅରଣ୍ୟ ଉଲ୍ଲାସ ଆଦି ଚମତ୍କାର କୃତିର ସ୍ରଷ୍ଟା ମନୋଜ ଦାସ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖନୀ ଚାଳନା କରିଛନ୍ତି । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପାଇବା ସହ ଭାରତ ସରକାରଙ୍କ ଠାରୁ ପଦ୍ମଭୂଷଣ ସମ୍ମାନ ପାଇଥିଲେ । ଏଥିସହ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ ମନୋଜ ଦାଶ ୧୯୩୪ ମସିହା ଫେବୃଆରୀ ୨୭ ତାରିଖରେ ବାଲେଶ୍ୱର ଜିଲ୍ଲାର ଶଙ୍ଖାରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

Leave A Reply

Your email address will not be published.