oom

ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

jsmm

କଂଟାବାଂଜି,(ମନୀଶ କୁମାର ହଂସ) : କରୋନା ମହାମାରୀ ଯୋଗୁଁ ପ୍ରଥମ ଥର ପାଇଁ ଶିଶୁଙ୍କ ଅନୁପସ୍ଥିତି ରେ ଭରଚୁଆଲି ମୋଡରେ ସାମାଜିକ ଦୂରତା ସହିତ ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତ ର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଦାଶଙ୍କ ଉଦ୍ୟମରେ ଅନୁଷ୍ଠିତ ସଭାରେ ପୂର୍ଣଚନ୍ଦ୍ର ନିଆଲ,ସଭାପତି, ଅତିଥି ଭାବରେ ହୀରାଧର ବଏ,ଭୂତପୂର୍ବ ସରପଞ୍ଚ, ଥମିର ଛତ୍ରିଆ, ଅବସରପ୍ରାପ୍ତ ଶିକ୍ଷକ, ଦେବକୀ ତାଣ୍ଡି, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।ପ୍ରଧାନ ଶିକ୍ଷକ ସର୍ବପ୍ରଥମେ ସଭାର ଉଦ୍ଦେଶ୍ୟ ଜ୍ଞାପନ କରି ଅତିଥି ମାନଙ୍କୁ ସ୍ୱ।ଗତ କରିଥିଲେ।ଅତିଥି ମାନେ ପଣ୍ଡିତ ନେହେରୁଙ୍କ ଫଟୋଚିତ୍ର ରେ ପୁଷ୍ପ ଓ ଧୂପ ଅର୍ପଣ କରିଥିଲେ।ବର୍ତ୍ତମାନ ପରିସ୍ଥିତିରେ କରୋନା ଓ ଶିଶୁ ସୁରକ୍ଷା ଶୀର୍ଷକ ଉପରେ ଆଲୋଚନା କରାଯାଇଥିଲା।ଅତିଥି ମାନେ ଶିଶୁ ହସିଲେ ଦୁନିଆ ହସିବବୋଲି ମତ ଦେଇଥିଲେ।ସମସ୍ତେ ମିଳିମିଶି ଶିଶୁର ଯତ୍ନ ନେବାକୁ କଥା ଦେଇଥିଲେ।ସଭା ଶେଷରେ ଦେବକୀ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।କାର୍ୟ୍ୟକ୍ରମ ର ଫଟୋଚିତ୍ର ଏବଂ ସମ୍ପୂର୍ଣ୍ଣ ବିବରଣୀ ବିଦ୍ୟାଳୟ ର ହ୍ୱଟସଆପଗୃପରେ ଦିଆଯାଇଥିଲା କାରଣ ସେମାନେ ଘରେ ରହି ଶିଶୁ ଦିବସର ଗୁରୁତ୍ୱ ବୁଝି ପିରିବେ।ଉକ୍ତ ସଭାରେ ପରିଚାଳନା କମିଟିର ସଭ୍ୟା ଅଗସ୍ତି ମାଝୀ, ଛିନେ ମାଝୀ ସମେତ ଅଭିଭାବକ ମାନେ ସହଯୋଗ କରିଥିଲେ।

jittmm
Leave A Reply

Your email address will not be published.