pr

ନାଟକ ଉପରେ ସେମିନାର

dr. purohit

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ରାଷ୍ଟ୍ରଭାଷା ହିନ୍ଦି ନାଟକ ଓ ପଶ୍ଚିମ ଓଡିଶା ଶିର୍ଷକ ଉପରେ ଏକ ସେମିନାର ସପ୍ତରଙ୍ଗ ସାଂସ୍କୃତିକ ଅନୁଷ୍ଠାନର ୪୦ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ କୋଶଳ କଳାମଣ୍ଡଳର ନୂତନ ମଂଚରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାମ ଚନ୍ଦ୍ର ସାହୁ (ଏନ୍‌ଏସ୍‌ଡି) ମୁଖ୍ୟବକ୍ତା ଭାବେ ଯୋଗଦେଇ ପଶ୍ଚିମ ଓଡିଶାରେ ହିନ୍ଦି ନାଟକର ଗ୍ରହଣିୟତା ରହିଛି ବୋଲି ମତବାଢିଥିଲେ ସେ ଆହୁରି କହିଥିଲେ ଯେ ହିନ୍ଦି ରାଷ୍ଟ୍ର ଭାଷା ହୋଇଥିବାରୁ ଏହି ଭାଷାର ନାଟକ କରାଗଲେ ଏହି ଅଂଚଳର ସଂସ୍କୃତି ମଧ୍ୟ ଲୋକପ୍ରିୟ ହେବା ସହ ସୁଦୁର ପ୍ରସାରି ହୋଇ ପାରିବ । ଏହି ସେମିନାରରେ ଅଶୋକ କୁମାର ମିଶ୍ର ସଭାପତିତ୍ୱ କରିଥିବା ବେଳେ ସତ୍ୟନାରାୟଣ ସିଂଦେଓ ମଂଚ ପରି·ଳନା କରିଥିଲେ ଏବଂ ଅନ୍ୟମାନଙ୍କ ସହ ପିତବାସ ପଣ୍ଡା, ହିମାଂଶୁ ଖମାରୀ, ଗୋବର୍ଦ୍ଧନ ଭୋଇ, ଚନ୍ଦ୍ରମା ହୋତା, ଆର୍ତ୍ତତ୍ରାଣ ପାଢି, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ସାହିଲ ପାଣିଗ୍ରାହି, ସୁରେଶ ରଥ ଓ ଅନୁପ ମିଶ୍ର ଇତ୍ୟାଦି କଳାକାରମାନେ ନିଜ ନିଜ ମନ୍ତବ୍ୟ ରଖିଥିଲେ ଓ ଶେଷରେ ଆଶୁତୋଷ ତ୍ରିପାଠି ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.