ସର୍ବ ଭାରତୀୟ ଆଞ୍ଚଳିକ ବ୍ୟାଙ୍କ ଧର୍ମଘଟ ଓ କଳାକୃଷି ଆଇନକୁ ବିରୋଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ଅଧିକାରୀ ଓ ସେବା ନିବୃତ୍ତ ସଂଘର ଶତାଧିକ ସଦସ୍ୟ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ବଲାଙ୍ଗିର ଆଗରେ ସର୍ବ ଭାରତୀୟ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ଆହ୍ୱାନ କ୍ରମେ ପାଞ୍ଚ ଦଫା ଦାବୀ ତଥା କୃଷକ ସଂଘର ଆନ୍ଦୋଳନକୁ ସମର୍ଥନ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉକ୍ତ ସଭାରେ ଅଧିକାରୀ ସଂଘର ସଭାପତି ସାଥି ସଞ୍ଜିବ ମିଶ୍ର, ସାଧାରଣ ସଂପାଦକ ଶିତିକଷ୍ଠ ମିଶ୍ର, କର୍ମଚାରୀ ସଂଘର ସାଧାରଣ ସଂପାଦକ ସାଥି ପୁଲିନ ମିଶ୍ର, ସେବା ନିବୃତ୍ତ ସଂଘ ସଭାପତି ସାଥି ଦ୍ୱାରିକାନାଥ ପଟେଲ ଓ ସାଧାରଣ ସଂପାଦକ ସାଥି ଯୁଗଲ କିଶୋର ପଟେଲ, ବର୍ତ୍ତମାନ ସରକାରଙ୍କ ଶ୍ରମିକ ମାରଣ ନୀତି, କୃଷକଙ୍କ ନ୍ୟାର୍ଯ୍ୟ ଦାବୀ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ସରକାରଙ୍କ ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଥିଲେ । ସଭାରେ ଭାତୃ ପ୍ରତିମ ସଂଗଠନ ଇଉଟୁବ୍‌ ର ଆବାହକ ସାଥି ବିଭୁଦତ୍ତ ମିଶ୍ର, କୃଷକ ସଂଘଠନର ସଂପାଦକ ଅରୁଣ ମିଶ୍ର, ପ୍ରଦେଶିକ କୃଷକ ସଂଘର ଉପସଭାପତି ତଥା ଜିଲ୍ଲା କୃଷକ ସଂଘ ସଭାପତି ସୌମେନ୍ଦ୍ର ପରିଚ୍ଛା, କୃଷକ ନେତା ଆକାଶ ମିଶ୍ର ଓ ବିଧୁଭୂଷଣ ତ୍ରିପାଠି କୃଷକମାନଙ୍କ ଉପରେ ହେଉଥିବା ଅତ୍ୟାଚାର, ସରକାରଙ୍କ କଳା କୃଷି ଆଇନ ବିରୋଧରେ ଆଲୋକପାତ କରିଥିଲେ । ଆଗାମୀ ଦିନରେ ସରକାର ଯଦି ତାଙ୍କର ଆଭିମୁଖ୍ୟରେ ପରିବର୍ତ୍ତନ ନ ଆଣନ୍ତି କୃଷକମାନଙ୍କର ନ୍ୟାର୍ଯ୍ୟ ଦାବୀ ଉପରେ ଏବ ସୁଚିନ୍ତିତ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଏହି ଆନ୍ଦୋଳନ ଆହୁରି ତିବ୍ର ହେବ ବୋଲି ଚେତାବନୀ ଦେଇଥିଲେ । ସଭାରେ କର୍ମଚାରୀ ସଂଘ ଆଞ୍ଚଳିକ ସଂପାଦକ ସଞ୍ଜୟ ନାୟକ, କାର୍ଯ୍ୟାଳୟ ସଂପାଦକ ଅଭିଜିତ, ସଭ୍ୟ ରମାକାନ୍ତ ସାହୁ, ରାଜେଶ ଠାକୁର, ସୁରେନ୍ଦ୍ର ସାହୁ, ଜନାର୍ଦ୍ଦନ ନନ୍ଦ, ସେବା ନିବୃତ ସଭ୍ୟ ସନ୍ତୋଷ ଦାଶ, ଅରବିନ୍ଦ ପୁଝାରୀ, ଆଶୁତୋଷ ମିଶ୍ର, ଶରତ ହୋତା, କିଶୋର ପୁରୋହିତ ଏବଂ ଅଫିସର ସଂଘ ସଭ୍ୟ ଦିପ୍ତିକାନ୍ତ ପଣ୍ଡା, ଚିନ୍ମୟ ସିଂଦେଓ ଓ ହରନମୟ ଦଲେଇ ସଭାରେ ଉଦ୍‌ବୋଧନ ଦେଇଥିଲେ ।

Leave A Reply

Your email address will not be published.