ମହିଳାଙ୍କ ମୃତ୍ୟୁକୁ ନେଇ ସରକାରୀ ଡାକ୍ତରଖାନାରେ ଉତ୍ତେଜନା

ରାଉରକେଲା, (କେପିଏନ୍‌ଏସ୍‌) : ମହିଳାଙ୍କ ମୃତ୍ୟୁକୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ତେବେ ମାଲଗୋଦାମ ସର୍ଦ୍ଦାର ବସ୍ତିର ସୁଶୀଳା ଟପ୍ପୋ(୪୧)ଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଉତ୍ତେଜନା ସୃଷ୍ଟି ହେବାରୁ ଡିଏସ୍‌ପି. ଅସୀମ ପଣ୍ଡା, ରଘୁନାଥପାଲି ଥାନା ଅଧିକାରୀ ବିଜୟ ବିହାରୀ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା । ସୂଚନା ମୁତାବକ ମୃତ ମହିଳା ସଂପୃକ୍ତ ବସ୍ତିରେ ଏକା ରହୁଥିବା ବେଳେ ତାଙ୍କ ପଡେ଼ାଶୀ ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ସେମାନଙ୍କ ଅଭିଯୋଗ ଅନୁସାରେ ରାତ୍ରୀକାଳୀନ ଡ୍ୟୁଟିରେ ଥିବା ମହିଳା ଡାକ୍ତର ସୁଶୀଳାଙ୍କୁ ନ ଦେଖି ହାତ ସଫା କରିବାରେ ବ୍ୟସ୍ତ ଥିବାରୁ ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରି ଶେଷରେ ମୃତ୍ୟୁମୁଖରେ ପଡ଼ିଥିଲେ ସୁଶୀଳା ।

Leave A Reply

Your email address will not be published.