jayashree

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ

ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦି‌ଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଦକ୍ଷିଣ ମଧ୍ୟ କ୍ଷେତ୍ର ସାଂସ୍କୃତିକ କେନ୍ଦ୍ର, ନାଗପୁର ପକ୍ଷରୁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଯୋଜନା ଅନ୍ତର୍ଗତ “ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ ସମାରୋହ” ଆୟୋଜିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେତାଜୀଙ୍କ ଜନ୍ମସ୍ଥାନକୁ ଯାଇ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ ଶ୍ରୀ ପ୍ରଧାନ ସଂସ୍କୃତି ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ମତ ବିନିମୟ କରିଥିଲେ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ପରିସର ପରିଦର୍ଶନ କରିଥିଲେ ।

ପୂର୍ବାହ୍ନ ୧୧ଟା ସମୟରେ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ମହାରାଷ୍ଟ୍ର ନାଗପୁରର ବହୁଦେଶୀୟ ସାମାଜିକ ସଂସ୍ଥା ପ୍ରୟାସ ପକ୍ଷରୁ ନେତାଜୀଙ୍କ ଜୀବନୀ ଉପରେ ପ୍ରସ୍ତୁତ ନାଟକ ‘ବୋଷ’ ତଥା “ଦେଶଭକ୍ତି ସଙ୍ଗୀତର ରଙ୍ଗାରଙ୍ଗ କାର୍ୟ୍ୟକ୍ରମ” ଆୟୋଜନ କରାଯାଇଥିଲା । ସେହିପରି ଓଡ଼ିଆ କଳାକାରଙ୍କ ଦ୍ବାରା ଆକର୍ଷଣୀୟ ଲୋକନୃତ୍ୟ ଓ ଓଡ଼ିଆ ସଙ୍ଗୀତ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ବିଶିଷ୍ଟ ଅତିଥିମାନେ ଯୋଗଦେଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ । ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା ।

Leave A Reply

Your email address will not be published.