om academy

ବୃଦ୍ଧାଙ୍କ ମୃତ ଶରୀର ଦୀର୍ଘ ଦୁଇ ଦିନ ପଡ଼ି ରହିଲା, କେହି ପାଖ ମାଡ଼ିଲେନି : ଶେଷରେ ଶବ ସତ୍କାର କଲା ସଂକ‌ଳ୍ପ

jsm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସଂକ‌ଳ୍ପ ପରିବାର ତରଫରୁ ଆଜି ବରାହଗୋଡା ଶ୍ମଶାନ ଘାଟରେ ଜଣେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କରାଯାଇଛି । ସୂଚନା ମୁତାବକ ବୃଦ୍ଧା ଜଣକ ଦୀର୍ଘ ବର୍ଷରୁ ବରାହଗୋଡା ଗୌରାଙ୍ଗ ଟିକିରାରେ ଜଣକର ଘରେ ରହି ତାଙ୍କର ଗାଈ ଚରାଉ ଥିଲେ । ଗାଇ ଠୁ ଗୋରସ ସଂଗ୍ରହ କରୁଥିଲେ । ଘାସ କାଟି ଗାଈର ଖାଇବା ବ୍ୟବସ୍ଥା କରୁଥିଲେ ।ହେଲେ ବୃଦ୍ଧାଜଣକ ମରିଯିବା ପରେ ଉକ୍ତ ବ୍ୟକ୍ତି ଜଣକ ଆଉ ଦେଖା ଦେଇନଥିଲେ । ମୃତ ଶରୀର ଦୀର୍ଘ ଦୁଇ ଦିନ ହେଲା ପଡିରହିଥିଲା ଏକ ଅର୍ଧନିର୍ମିତ କୋଠରୀରେ । ପଚିସଢ଼ି ଦୁର୍ଗନ୍ଧରେ ନାକ ଫାଟି ପଡୁଥାଏ ଏବଂ ଗ୍ରାମବାସୀ ମଧ୍ୟ ଛୁଇଁବାକୁ କୁଣ୍ଠା ପ୍ରକାଶ କରୁଥିଲେ । କାରଣ ଛୁଇଁଲେ କୁଆଡେ ତାଙ୍କର ଜାତି ଚାଲିଯିବ । ଏପରି ଏକ ହୃଦୟ ବିଦାରକ ଘଟଣା ଆଜି ଦେଖିବାକୁ ମିଳିଥିଲା ବରଗଡ଼ ସହର ଉପକଣ୍ଠ ବରାହଗୋଡା ପଞ୍ଚାୟତ ଗୌରାଙ୍ଗ ଟିକିରାରେ । ଖବର ପାଇବାପରେ ସଂକ‌ଳ୍ପ ପରିବାରର ସଦସ୍ୟ ଘଟଣା ସ୍ଥଳକୁ ପହଞ୍ଚିଥିଲେ ଓ ପ୍ରଶାସନ ସହିତ ଆଲୋଚନା କରିବା ପରେ ବରଗଡ଼ ବରାହଗୋଡା ଶ୍ମଶାନରେ ଶବସତ୍କାର କରିଥିଲା । ଏଥିରେ ସଂକ‌ଳ୍ପ ପରିବାରର ସଦସ୍ୟ ଜି ରମେଶ, ନିଲେଶ ପଧାନଙ୍କ ସହିତ ସରପଞ୍ଚ ଚତୁର୍ଭୁଜ ମେହେର ଓ ଅରବିନ୍ଦ ମେହେର ଉପସ୍ଥିତ ଥିଲେ ।

Leave A Reply

Your email address will not be published.