କରୋନାରେ ରୀତିମତ ଗଡ଼ୁଛି ମୁଣ୍ଡ : ସଂଗୀତ ଅଗ୍ରୱାଲଙ୍କ ପ୍ରାଣହାନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନାରେ ରୀତିମତ ଗଡ଼ୁଛି ମୁଣ୍ଡ । ସହରବାସୀ ଏଭଳି ସ୍ଥିତିକୁ ଦେଖି ଆତଙ୍କିତ ହୋଇ ପଡ଼ିଥିବା ବେଳେ ସହରର ଜଣେ ଉଦ୍ୟୋଗପତି ସଂଜୀବ ଅଗ୍ରୱାଲ(୪୯) କରୋନା ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଥିବା ସୂଚନା ମିଳିଛି । ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସାଧୀନ ଥିବାବେଳେ ମୃତ୍ୟୁବରଣ କରିଥିବା କୁହାଯାଇଛି । ବଲାଙ୍ଗିରର ଜଣାଶୁଣା ବୟୋଜ୍ୟେଷ୍ଠ ସାମ୍ବାଦିକ ରାମକୁମାର ଅଗ୍ରୱାଲ୍‌ଙ୍କ ଜ୍ୟେଷ୍ଠପୁତ୍ର ସଂଗୀତ ଜଣେ ପରୋପକାରୀ, ସରଳ ତଥା ବନ୍ଧୁବତ୍ସଳ ଯୁବକ ଭାବେ ଜଣାଶୁଣା ଥିଲେ ।

Leave A Reply

Your email address will not be published.