pr

କାୟାକଳ୍ପ ସମୀକ୍ଷା ଦଳର ଅମ୍ବାଭୋନା ବ୍ଲକର ସ୍ୱାସ୍ଥ୍ୟ ସେବା କେନ୍ଦ୍ର ପରିଦର୍ଶନ

dr. purohit

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଅରୁଣ କୁମାର ପାତ୍ରଙ୍କ ନିର୍ଦ୍ଦେଶନାରେ ଆଜି ଜିଲ୍ଲା କାୟାକଳ୍ପ ସମୀକ୍ଷା ଦଳ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି କ୍ରମରେ ଜିଲ୍ଲା ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିଭୁତି ଭୁଷଣ ମେହେରଙ୍କ ନେତୃତ୍ବରେ ସମୀକ୍ଷା ଦଳ ଲଖନ ପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ଏଥିରେ ସ୍ବାସ୍ଥ୍ୟ କେନ୍ଦ୍ରର ପରିସ୍କାର ପରିଚ୍ଛନ୍ନତା, ଭିତ୍ତିଭୂମି, ଆବାସ ଉପକରଣ, ସୌର ଆଲୋକ ସଜ୍ଜା, ଔଷଧୀୟ ଉଦ୍ୟାନ ଏବଂ ସ୍ବାସ୍ଥ୍ୟ ସେବା ବିଷୟରେ ବୁଲି ଦେଖିବା ସହ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦୁର୍ଗା ପ୍ରସାଦ ଦାସଙ୍କଠାରୁ ସମସ୍ତ ବିବରଣୀ ପଚାରି ବୁଝିଥିଲେ । ସେହିପରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ବିନିଯୋଗ ହୋଇଥିବା ଡିଏମ୍‌ଏଫ୍‌ ପାଣ୍ଠି, ଜିଲ୍ଲା ପରିଷଦ ପାଣ୍ଠି, ଆର୍‌କେଏସ୍‌ ପାଣ୍ଠିର ସୁବିନିଯୋଗ ଉପରେ ତଦନ୍ତ କରି ଉନ୍ନୟନମୂଳକ କାର୍ୟ୍ୟରେ ସନ୍ତୋଷ ପ୍ରକାଶ କରିଥିଲେ । କାୟାକଳ୍ପ ସମୀକ୍ଷା ଦଳରେ ଜିଲ୍ଲା ଡାକ୍ତରଖାନାର ପ୍ରବନ୍ଧକ ସ୍ମୃତି ପ୍ରଜ୍ଞା ଦାସ, ପ୍ରବନ୍ଧକ ଦୀପଞ୍ଜଳି ପ୍ରଧାନ ରହିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଗତବର୍ଷ କାୟାକଳ୍ପ ପୁରସ୍କାର ଲଖନପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ମିଳିଥିଲା । ପରିଦର୍ଶନ ସମୟରେ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ନମିତା ମିଶ୍ର, ଭରତ ଭୁଷଣ ପାତ୍ର, ମେଘନାଦ ପ୍ରଧାନ, ଉମେଶ ପ୍ରଧାନ, ସସ୍ମିତା ବେହେରା, ରୋହିତ ସାହୁ, ଲିଙ୍ଗରାଜ ପଧାନ ତଥା ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସମୀକ୍ଷା ଦଳ ବ୍ଲକର ଅନ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ଡୁଙ୍ଗୁରୀ, ଅମ୍ବାଭୋନା, ଭୁକ୍ତାଠାରେ ଥିବା ପରିଦର୍ଶନ କରିଥିଲେ । ଏଥିରେ ଉକ୍ତ ଡାକ୍ତରଖାନାର ଅଧିକାରୀ ଡାକ୍ତର ଟେମରେନ ଦେହେରୀ, ଡାକ୍ତର ସୌମ୍ୟରଞ୍ଜନ ଭୋଇ, ଡାକ୍ତର କମଳ ପ୍ରସାଦ ମଲ୍ଲିକ ମଧ୍ୟ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.