jayashree

ବୈଦିକ ଯଜ୍ଞ ଦ୍ୱାରା ଓଡିଶାରେ ଚେତନାର ଉତ୍ତରଣ ସମ୍ଭବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶ୍ୱରେ ଦେଖା ଦେଇଥିବା ପ୍ରକୃତିର କୋପ ଓ ଏହାର ପରିମାଣ ବ୍ୟକ୍ତି ଓ ସମାଜ ଜୀବନରେ ଆଶତୀତ ପ୍ରଭାବ ପକାଇଛି । ଏହାର ମୁଖ୍ୟ କାରଣ ହେଉଛି ପଞ୍ଚମହାଭୂତରେ ଅସନ୍ତୁଳନ । ଏଣୁ ଆନ୍ତର୍ଜାତିକ ସତ୍ୟଚେତନା ଆଧ୍ୟାତ୍ମିକ ଅନୁଷ୍ଠାନ ଆନୁକୁଲ୍ୟରେ ଏହାର ପ୍ରତିକାର ପାଇଁ ସମଗ୍ର ଓଡିଶାର ୩୦ଟି ଜିଲ୍ଲାରେ ବେଦ ଯଜ୍ଞ ଦ୍ୱାରା ସମାଜ ଓ ବ୍ୟକ୍ତି କଲ୍ୟାଣ ନିମିତ୍ତ ଚତୁର୍ବେଦ ଯଜ୍ଞର ଅୟୋଜନ କରାଯାଉଛି । ଏଥିପାଇଁ ଆଗ୍ରହୀ ଆଧ୍ୟାତ୍ମିକ ଦିବ୍ୟାତ୍ମା ଓ ବ୍ୟକ୍ତି ବିଶେଷଙ୍କ ସହଯୋଗ ଏକାନ୍ତ କାମ୍ୟ । ଆଜି ବୁଦ୍ଧ ମନ୍ଦିର ଠାରେ ଏ ଉପଲକ୍ଷେ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆର୍ନ୍ତଜାତିକ ସତ୍ୟଚେତନା ଆଧ୍ୟତ୍ମିକ ଅନୁଷ୍ଠାନର ପ୍ରତିଷ୍ଠାତା ପରମପୂଜ୍ୟ ସଦଗୁରୁ ସ୍ୱାମୀଶ୍ରୀ ଆତ୍ମାନନ୍ଦଜୀ ବିଶଦ ଭାବେ ସୂଚନା ପ୍ରଦାନ କରିଥିଲେ । ଓଡିଶାରେ ଆଧ୍ୟାତ୍ମିକ ଚେତନାର ଉତ୍ତରଣ ପାଇଁ ଆୟୋଜିତ ହେବାକୁ ଥିବା ଯଜ୍ଞ ସର୍ମ୍ପକରେ ବକ୍ତବ୍ୟ ଦେଇ କହିଥିଲେ ଯେ, ପଞ୍ଚମହାଭୂତର ସନ୍ତୁଳନ ପାଇଁ ଯଜ୍ଞ ଆୟାଜନ ଏକମାତ୍ର ବିକଳ୍ପ । ଏଥି ନିମନ୍ତେ ବିଭନ୍ନ ଜିଲ୍ଳାରେ ଆଗ୍ରହୀ ଜନସାଧାରଣଙ୍କର ସହଯୋଗ ଏକାନ୍ତ କାମ୍ୟ । ଯେଉଁମାନେ ସ୍ୱଇଚ୍ଛାରେ ସହଯୋଗ କରିବାକୁ ଚାହୁଁଛନ୍ତି ସେମାନେ ଉକ୍ତ ଟେଲିଫୋନ୍‌ ନମ୍ବର ୦୬୭୪-୩୫୫୮୧୭୪ରେ ଯୋଗାଯୋଗ କରିପାରିବେ । ପରିଚାଳନା କମିଟିର ସଭ୍ୟ ନଳିନୀକାନ୍ତ ପଟ୍ଟନାୟକ, ହରିହର କାନୁନ୍‌ଗୋ, ସର୍ବେଶ୍ୱର ମହାପାତ୍ର, ଗୁରୁଦାସ କୁଣ୍ଡୁ ଉପସ୍ଥିତ ରହି ଏ ସର୍ମ୍ପକରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବରଦା ପ୍ରସନ୍ନ ଦାସ ପ୍ରାରମ୍ଭରେ ସୂଚନା ପ୍ରଦାନ କରି ଉକ୍ତ ପବିତ୍ର କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.