pr

ବଲାଙ୍ଗିର ଦିନ କମିଟି ତରଫରୁ ଅରବିନ୍ଦ ଦାସଙ୍କୁ ସମ୍ବର୍ଦ୍ଧିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପି.ପି. ଏକାଡେମୀଠାରେ ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସଙ୍କୁ ବଲାଙ୍ଗିର ଦିନ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉଦ୍ଧେଶ୍ୟରେ ଶ୍ରୀ ଦାସ ବଲାଙ୍ଗିରର ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ଭାଷା ସାହିତ୍ୟ ଉପରେ ଆଲୋକପାତ କରିବା ସହ ବଲାଙ୍ଗିରର ବରପୁତ୍ରମାନଙ୍କୁ ମନେ ପକାଇବା ପାଇଁ ନାଗରିକମାନେ ଆଗେଇ ଆସିବା ପାଇଁ ଅନୁରୋଧ କରିଥିଲେ । ଉପସ୍ଥିତ ନାଗରିକ ଓ ବୁଦ୍ଧିଜୀବୀମାନେ ବଲାଙ୍ଗିରର ବିଭିନ୍ନ ସମସ୍ୟା ଯଥା ବାଏପାସ୍, ବଲାଙ୍ଗିର-ଖୋର୍ଦ୍ଧା ରେଲ୍ ଲାଇନ୍, ଟ୍ରାଫିକ ସମସ୍ୟା ଆଦି ଉପରେ ଖବର କାଗଜ ମାଧ୍ୟମରେ ସରକାରଙ୍କ ପାଖକୁ ପହଞ୍ଚାଇବା ପାଇଁ ଶ୍ରୀ ଦାସଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିକ୍ରମ ବହିଦାର, ରତନ ମହାରଣା, ପ୍ରଭାସ ପାଣିଗ୍ରାହୀ, ପ୍ରଭାକର ମିଶ୍ର, ଲୋଟସ ଷଡ଼ଙ୍ଗୀ, ସଞ୍ଜୀବ ସାହୁ, ବିକାଶ ସା, କାହ୍ନା ଶତପଥି, ଶୋଭନ ଅଗ୍ରୱାଲ, ପ୍ରିୟଙ୍କା ପଟ୍ଟନାୟକ, ଅଙ୍କିତା ପଟ୍ଟନାୟକ, ପଦ୍ମାଳୟା ବାରିକ, ସୁଷମା ବହିଦାର ଆଦି ବହୁ ଅନୁଷ୍ଠାନର ସଦସ୍ୟ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଅର୍ଜୁନ କୁମାର ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷ ଅଙ୍କୁଶ ପାଣ୍ଡିଆ ସଭା ପରିଚାଳନା କରିଥିଲେ ଶେଷରେ ପ୍ରଶାନ୍ତ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.