ରାଜବୋଡାସମ୍ବର ବ୍ଲକ କଳାକାର ସାଂସ୍କୃତିକ ସଂଘର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପୂର୍ବାହ୍ନରେ ସ୍ଥାନୀୟ ବ୍ଲକ କାର୍ୟ୍ୟାଳୟର ସମ୍ମିଳନୀ କକ୍ଷରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ କୁମାରଙ୍କ ସଂଯୋଜନାରେ ଆଯୋଜିତ ଏଇ ସଭାରେ ରାଜବୋଡା ସମ୍ବର ବ୍ଲକ ଅଧ୍ୟକ୍ଷ ଶ୍ରୀ କୁମରମଣି ନାଏକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୋନୁ ବାଗ, ପ୍ରଫେସର୍ କେଶ ରଞ୍ଜନ ପ୍ରଧାନ ଞ ନାଟ୍ୟକାର ଅଶୋକ କୁମାର ବହିଦାର ଯୋଗଦାନ କରି ମାଁ ସମଲେଶ୍ୱରୀଙ୍କ ପ୍ରତିଛବି ଠାରେ ଦୀପ ପ୍ରଜ୍ମଳନ କରିଥିଲେ । ସଂଘର ଉପ ସଭାପତି ଅଶ୍ବିନୀ ପଟେଲ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଯୋଜକ ଶ୍ରୀ ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା କଳାକାର ପ୍ରତିନିଧି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଲୋକକଳା ସମ୍ଭାରରେ ପରିପୂର୍ଣ୍ଣ ବୋଡାସମ୍ବର ଅଞ୍ଚଳର କଳାର ବିକାଶ ପାଇଁ ସଂଘ ତରଫରୁ ବିଭିନ୍ନ କାର୍ୟ୍ୟକ୍ରମକୁ ଆଗେଇ ନେବା ପାଇଁ ମତ ପ୍ରକାଶ ପାଇଥିଲା । ଲୋକକଳା ଓ ଲୋକ କଳାକାର କିପରି ସାମାଜିକ,ସାଂସ୍କୃତିକ ତଥା ଆର୍ଥିକ ସ୍ତରରେ ସମ୍ମାନର ସହିତ ବଞ୍ଚି ରହିବେ ସେଥିପାଇଁ ସଂଘ ଦୃଷ୍ଟି ଦେବା ପାଇଁ ଭାଷଣ ପ୍ରସଙ୍ଗରେ ମଞ୍ଚାସୀନ ଅତିଥି ମାନେ ଆଲୋକପାତ କରିଥିଲେ । ପରିଶେଷରେ ନୃତ୍ୟଗୁରୁ ରମେଶ ଗୁର୍ଲା ଧନ୍ୟବାଦ ଅର୍ପଣ କରିଥିଲେ । ସମଗ୍ର କାର୍ୟ୍ୟକ୍ରମକୁ ପରିଚାଳନା କରିବା ପାଇଁ ଗୋପବନ୍ଧୁ ଶିକା, ସୁଦାମ କୁମ୍ଭାର, ସୁବ୍ରତ ପଟ୍ଟନାୟକ, ମନିଖ ରଥ, ଦିବ୍ୟ କିଶୋର ବରିହା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.