shyamal

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କୁ ଅଘରିଆ ସମାଜ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ଆଞ୍ଚଳିକ କମିଟି ତରଫରୁ ଓଡିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓଙ୍କୁ ପ୍ରଥମ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜଗନ୍ନାଥ ପଡାସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସମାଜର ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ସଭାପତିତ୍ୱରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ କରାଯାଇଥିଲା । ଅଘରିଆ ଜାତି ଏକ କୃଷିଭିତ୍ତିକ ସମାଜ ତେଣୁ ଉପମନ୍ତ୍ରୀ କୃଷି ଓ କୃଷକଙ୍କୁ ଗୁରୁତ୍ୱ ଦେଇ ଓଡିଶାକୁ ଆଗେଇନେବାକୁ ସଭାପତି ଅନୁରୋଧ କରିଥିଲେ । ଅଘରିଆ ଜାତି ଏକ କୃଷିଭିତ୍ତିକ ସମାଜ ଏବଂ ଅଘରିଆ ଚାଷୀ ଏକ ଉନ୍ନତ ଧରଣର ଚାଷୀ ତେଣୁ ତାଙ୍କ ସର୍ବାଙ୍ଗୀନ ଉନ୍ନତି ଓ ଓଡିଶା ଚାଷୀଙ୍କ ଉନ୍ନତିକୁ ବିଶେଷ ଧ୍ୟାନ ଦେବି ବୋଲି ବକ୍ତବ୍ୟରେ କହିଥିଲେ । ଉପଦେଷ୍ଟା ମଣ୍ଡଳୀ, ୪ ମଣ୍ଡଳ ସଭାପତି ଓ କର୍ମକର୍ତ୍ତା, ୧୮ଗୁଡ଼ି ସଭାପତି ଓ କର୍ମକର୍ତ୍ତା, କେନ୍ଦ୍ର କମିଟି, ମହିଳା ମଞ୍ଚ, ଯୁବା ମଞ୍ଚ, କୃଷକ ମଞ୍ଚ, ପୁସ୍ତକ, ଶିକ୍ଷା ଓ ନିର୍ମାଣ କମିଟିର କର୍ମକର୍ତ୍ତାଙ୍କ ସମେତ ଗ୍ରାମ୍ୟ କମିଟିର କର୍ମକର୍ତ୍ତା ଉପସ୍ଥିତ ରହି ମନ୍ତ୍ରୀ ଓ ସାଂସଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସଭାରେ ମନ୍ତ୍ରୀଙ୍କ ଏକମାତ୍ର କନ୍ୟା ନିବୃତ୍ତି ସିଂହଦେଓ ମଧ୍ୟ ଉପସ୍ଥିତ ରହି ଅଘରିଆ ସମାଜର ଗୁଣଗାନ କରିଥିଲେ । ସଭାରେ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଦେଇଥିଲେ ସାଧାରଣ ସମ୍ପାଦକ ଦିଗାମ୍ବର ନାଏକ । ଜଗନ୍ନାଥ ପଡ଼ାର ଗ୍ରାମ୍ୟ କମିଟିର ସହଯୋଗକୁ ପ୍ରଶଂସିତ କରି ସଭାକାର୍ଯ୍ୟ ଶେଷ କରାଯାଇଥିଲା ।

purusottam
Leave A Reply

Your email address will not be published.