oom

ବୋଡାସମ୍ବର ଜମିଦାରଙ୍କୁ ସମ୍ବର୍ଦ୍ଧନା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଜିଲ୍ଲା ପରିଷଦ ଜୋନ ୨ ନମ୍ବରର ଜିଲ୍ଲା ପରିଷଦ ସଭ୍ୟ ଭାବେ ବୋରାସମ୍ବରର ଜମିଦାର ସୁରେନ୍ଦ୍ର ପ୍ରତାପ ସିଂହ ବରିହା ବିଜୟୀ ହେବା ପରେ ପଲସଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଇରା ଗ୍ରାମକୁ ଆଜି ପ୍ରଥମ ଗ୍ରସ୍ତ ଅବସରରେ ଗ୍ରାମବାସୀଙ୍କ ତରଫରୁ ବଜା ବଜାଇ ମହିଳା ମାନେ ହୁଳହୁଳି ଧ୍ବନିରେ ଶ୍ରୀ ବରିହାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଗ୍ରାମରେ ଶୋଭାଯାତ୍ରା ହେବା ପରେ ବରିହା ପଡାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଦେଇଥିବା ବେଳେ ମାଣ୍ତୋସିଲ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ତ୍ରିପୁରା ବରିହା, ବରିକେଲ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସରସ୍ଵତୀ ସାହୁ, ବରିକେଲ ସମିତିସଭ୍ୟ ଚଉତରା ସେଠ ସମ୍ମାନ ଅତିଥି ଭାବେ ଯୋଗଦେଇ ଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଜିଲ୍ଲାପରିଷଦ ଶ୍ରୀ ବରିହା ଖଇରା ଗ୍ରାମର ସମସ୍ତ ପ୍ରକାର ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

jittmm
Leave A Reply

Your email address will not be published.