ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ଵ ତଥା ଉପସଭାପତି ଡ. ସନାତନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ରାଉରକେଲା କଲେଜର ଓଡ଼ିଆ ବିଭାଗର ଅଧ୍ୟାପକ ପ୍ରଭାତ କୁମାର ବଳ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀ ବଳ ତାଙ୍କ ବକ୍ତବ୍ୟରେ କହିଲେ ଯେ ଓଡ଼ିଆ ଆଧୁନିକ ସାହିତ୍ୟକୁ ଯେଉଁ କବିମାନେ ରୁଚିମନ୍ତ ଓ ରୁଦ୍ଧିମନ୍ତ କରିଯାଇଛନ୍ତି ସେମାନଙ୍କ ମଧ୍ୟରେ ପଲ୍ଲୀକବି ନନ୍ଦକିଶୋର ବଳ ଥିଲେ ଅନ୍ୟତମ । ପଲ୍ଲୀ ଜୀବନର ମନୋହର ଚିତ୍ରରେ ତାଙ୍କର କାବ୍ୟ, କବିତା ଥିଲା ସୁଶୋଭିତ । କବିଙ୍କର ସମଗ୍ର ସୃଷ୍ଟିରେ ଆମେ ପଲ୍ଲୀ ଜୀବନର ମହନୀୟତା, ତାର ମଣିଷ, ନଇ ପୋଖରୀ, ବୃକ୍ଷଲତାର ସୌନ୍ଦର୍ଯ୍ୟମୟତା ହିଁ ଦେଖୁ । ଏହା ସହ ପଲ୍ଲୀକବିଙ୍କ ବିଭିନ୍ନ ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଆର୍ତ୍ତତ୍ରାଣ ମହାପାତ୍ର ‘କରଜ’ ସମ୍ପର୍କରେ ଏକ ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ନିରୁପମା ପତି ଓ ରଶ୍ମି ସାହୁଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ ଉପେନ୍ଦ୍ର ବସ୍ତିଆ, ରବିନ୍ଦ୍ର ମହାନ୍ତି, କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, କରୁଣାକର ପାଟ୍ଟଶାଣୀ, ସୁଶାନ୍ତ ନାୟକ, ତ୍ରିଲୋଚନ ସ୍ୱାଇଁ, ସନାତନ ପ୍ରଧାନ, ପ୍ରଭାତ କୁମାର ବଳ, ସଞ୍ଜୀବ କୁମାର ଭୋଇ, ସାଗର ମହାନ୍ତି, ପ୍ରତାପ କୁମାର ପଣ୍ଡା, ଗୌତମ ଦାସ ଓ ସଂଯୋଜିକା ବୟ ସ୍ୱରଚିତ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଉପଦେଷ୍ଟା ଅଭୟ କୁମାର ଦାସ, ଗୋପିନାଥ ପଟ୍ଟନାୟକ, ଡ. ବସନ୍ତ କୁମାର ଦାସ, ପ୍ରଳୟ ଶତପଥୀ, ଟୁକୁଲା ପାଢ଼ୀ, ପ୍ରଦୀପ କୁମାର ପଟ୍ଟନାୟକ, କାଶୀନାଥ ନନ୍ଦୀ, ଜୟଶ୍ରୀ ଦାସ, ଶ୍ରୀମନ୍ତ ବେହେରା, ମନୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବରିଷ୍ଠ ସଦସ୍ୟ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ଶତପଥୀ ସଭାପତିତ୍ୱ ଅଭିଭାଷଣ ଓ ସଂଯୋଜକ ଡ. ପ୍ରଧାନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

Leave A Reply

Your email address will not be published.