pr

ସରକାରୀ ସହାୟତା ପାଇଁ ଉପଜିଲ୍ଲାପାଳଙ୍କ ଠାରେ ଦାବୀପତ୍ର ପ୍ରଦାନ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ଏକ ଚିର ମରୁଡିଗ୍ରସ୍ତ ଅଞ୍ଚଳ ଅଟେ । ଏ ଅଞ୍ଚଳରେ ଜଳସେଚନର କୌଣସି ସୁବିଧା ନାହିଁ । ଏହି ଅଞ୍ଚଳର ଚାଷୀମାନେ କେବଳ ଖରିଫ ଋତୁର ଫସଲ ଉପରେ ନିର୍ଭର କରିଥାନ୍ତି । ଚଳିତ ବର୍ଷ ଲଘୁଚାପ ଜନିତ ବର୍ଷାରେ ଧାନକେଣ୍ତା ଗୁଡିକରେ ଅଜଣା ରୋଗ ପୋକ ଲାଗିବା ହେତୁ ଧାନକେଣ୍ତା ଗୁଡିକୁ ପୋକ ଖାଇ ଗଲେଣି । ଫଳରେ ଧାନକେଣ୍ତା ଶୁଖିବାରେ ଲାଗିଛି । ବିଭିନ୍ନ ପ୍ରକାର ଡୁପ୍ଳିକେଟ କୀଟ ନାଶକ ଔଷଧ ସିଞ୍ଚନ କଲେ ମଧ୍ୟ ଫଳ କିଛି ହେଉନାହିଁ । ଏପରି ପରିପ୍ରେକ୍ଷୀରେ ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ମହୁଲପାଲି ଗ୍ରାମର ଅନେକ ଚାଷୀ ଧାନକେଣ୍ତା ଧରି ଉପ ଜିଲ୍ଲାପାଳ ପଦ୍ମପୁରଙ୍କ ଠାରେ ଅଭିଯୋଗ ଆଣି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଚାଷ କରିଥିବା ଧାନ ଫସଲରେ କାଣ୍ତବିନ୍ଧା ପୋକ, ଚକଡା ପୋକ, ଗଣ୍ଠିପୋକ ଲାଗି ଧାନ କେଣ୍ତା ନଷ୍ଟ ହେବାରେ ଲାଗିଛି । ଚାଷୀ ମୁଣ୍ଡରେ ହାତ ଦେଇ ବସିଲାଣି । ଏଣୁ ଏହାର ବିହିତ ତଦନ୍ତ କରି କ୍ଷତି ପୂରଣ ସହାୟତା ପ୍ରଦାନ କରିବା ନିମନ୍ତେ ମହୁଲପାଲି ଗ୍ରାମର ଚାଷୀ ସର୍ବ ହୀରାଧର ସାହୁ, ଗଙ୍ଗାଧର ସାହୁ, ଜଗନ୍ନାଥ ସାହୁ, ସାହେବ ସାହୁ, ଗୋବର୍ଦ୍ଦନ ସାହୁ,ଚିତ୍ରସେନ ବାଗଙ୍କ ପ୍ରମୁଖ ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଠାରେ ଦାବୀପତ୍ର ପ୍ରଦାନ କରିଛନ୍ତି ।

nrusinghnath
Leave A Reply

Your email address will not be published.