ଇଚ୍ଛାପଡ଼ା, ରେଙ୍ଗାଲିରେ ବିଧବା ମହିଳାଙ୍କ ଘର ଭାଙ୍ଗିଲା : ସହାୟତା ଦାବୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଇଚ୍ଛାପଡ଼ା ପଞ୍ଚାୟତ ରେଙ୍ଗାଲି ଗ୍ରାମର ପୂର୍ଣ୍ଣମୀ ମୁଗ୍ରୀ ନାମକ ଜଣେ ବିଧବା ମହିଳାଙ୍କ ଘର ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗି ଯାଇଛି । ବିଧବା ମହିଳାଙ୍କୁ ବହୁ ବର୍ଷ ପୂର୍ବରୁ ୨୨ ହଜାର ଟଙ୍କାର ଏକ ଆବାସ ଗୃହ ମିଳିଥିଲା । ତାଙ୍କର ଜଣେମାତ୍ର ପୁଅ ବାହା ହୋଇ ବର୍ତ୍ତମାନ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ପେଟପାଟଣା ପାଇଁ ଯାଇଛନ୍ତି । ପୁର୍ବରୁ ବିଧବା ମହିଳାଙ୍କ ଘର ଥରେ ଭାଙ୍ଗି ଯାଇଥିବା ବେଳେ ଇଚ୍ଛାପଡ଼ା ରାଜସ୍ୱ ନିରୀକ୍ଷକ ପହଞ୍ଚି କେବଳ ପଲିଥିନଟିଏ ଦେଇଥିଲେ । ଖବର ପାଇ ଇଚ୍ଛାପଡ଼ା ସମିତି ସଭ୍ୟ ତୋଫାନ ନାଗ ପହଞ୍ଚି ବିଧବା ମହିଳାଙ୍କୁ ଆଉ ଥରେ ଆବାସ ଯୋଜନାରେ ସାମିଲ ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବୀ କରିଛନ୍ତି । ରାଜସ୍ୱ ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ବିଧବା ମହିଳାଙ୍କୁ ସହାୟତା ଯୋଗାଇ ଦେବାକୁ ଶ୍ରୀ ନାଗ ଦାବୀ କରିଛନ୍ତି ।

Leave A Reply

Your email address will not be published.