ls

ଗରିବ ଝିଅକୁ ସ୍ନାତକରେ ନାମ ଲେଖାଇବାକୁ ସହାୟତା କଲେ ଟିଟିଲାଗଡ଼ ବ୍ଳକ ସିହିନି ସରପଞ୍ଚ ବୀରବର ସାହୁ

sb

ଟିଟିଲାଗଡ଼, (ଗୌରବ ଦର୍ଜୀ) : ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରିଥିବାରୁ ଅନେକ ଲୋକଙ୍କ ଧନଜୀବନ ହାନୀ ହେବା ସହ ଜୀବନ ଜୀବିକା ମଧ୍ୟ ହରାଇ ବସିଲେଣି ଲୋକେ । ଆଜିର ଛାତ୍ରୀ କାଲିର ଭବିଷ୍ୟତ । ଉଚ୍ଚ ଶିକ୍ଷା ଅଧ୍ୟୟନ କରିବା ପାଇଁ ମନ ବୋଲାଉ ଥିବା ବେଳେ କିମ୍ବା ଦୃଢ ଇଛାଶକ୍ତି ଥିଲେ ମଧ୍ୟ ଅର୍ଥ ଅଭାବରୁ ନାମ ଲେଖାଇ ପାରି ନଥିଲେ ଛାତ୍ରୀ ଜଣକ । ସାମାଜିକ ଗଣମାଧ୍ୟମର ମଧ୍ୟ ଅନେକଙ୍କୁ ସହଯୋଗ ମାଗିଥିଲେ କେହିଜଣେ ମଧ୍ୟ ସହଯୋଗ ହାତ ବଢାଇ ନଥିଲେ । ସେହି ଛାତ୍ରୀ ହେଉଛନ୍ତି ଟିନା ନାଗ, ପିତା-ଛବି ନାଗ, ଗ୍ରାମ-ଖଜୁରପଡା, ଗ୍ରା:ପ- ସିରୁଲ । ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ଗରିବ ହୋଇଥିବାରୁ ଛାତ୍ରୀ ଜଣକୁ ଉଚ୍ଚ ଶିକ୍ଷା ଅଧ୍ୟୟନ ପାଇଁ ସହଯୋଗର ହାତ ବଢାଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଟିଟିଲାଗଡ଼ ବ୍ଳକ ସରପଞ୍ଚ ସଂଘ ସଭାପତି ତଥା ଜିଲ୍ଲା ସରପଞ୍ଚ ସଂଘ ସମ୍ପାଦକ ବୀରବର ସାହୁ । ଛାତ୍ରୀ ଜଣକର ନାମ ଲେଖା ତାରିଖ ୩୦/୦୯/୨୦ରେ ଥିବା ବେଳେ ଅର୍ଥାଭାବରୁରୁ ନାମଳେଖାଇ ପାରିନଥିଲେ । କିନ୍ତୁ ଶ୍ରୀ ସା‌ହୁ ସହଯୋଗର ହାତ ବଢାଇବାରୁ ଆଜି ସେ ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟରେ ନାମ ଲେଖାଇ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ବୋଲି ଶ୍ରୀଯୁକ୍ତ ସାହୁ ଆଶା ବାନ୍ଧିଥିବା କହିଛନ୍ତି ।

pc pk
Leave A Reply

Your email address will not be published.