ବରଗଡରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ବରଗଡ଼ ଜର୍ଜ ହାଇସ୍କୁଲ ପଡିଆରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଭାରତୀୟ ସ୍ବାଧୀନତା ସଂଗ୍ରାମରେ ବରଗଡ଼ ଜିଲ୍ଲାର ଭୂମିକା ଉପରେ ଆଲୋକପାତ କରିବା ସହ ଜିଲ୍ଲାର ସ୍ବାସ୍ଥ୍ୟ ବିଭାଗର ଅଗ୍ରଗତି ସୂଚନା ଦେଇ ଆଗାମୀ ଦିନରେ ସମସ୍ତ ଅସୁବିଧାକୁ ଦୂର କରାଯିବ ବୋଲି ମତ ପ୍ରକାଶ କରିଥିଲେ । ଏ ଅବସରରେ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ ।

Leave A Reply

Your email address will not be published.