jayashree

ଅଟୋ ଚାଳକଙ୍କ ପାଇଁ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଟୋ ଚାଳକଙ୍କ ପାଇଁ ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ସେକ୍ଟର -୭ ସ୍ଥିତ ସିୟର ୟୁନିୟନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସହଯୋଗରେ ସ୍ୱଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଓ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସଚେତନତା ଶିବିର ଆୟୋଜିତ ହୋଇଥିଲା । ଏଥିରେ ରାଉରକେଲା ଆର୍‌ଟିଓ କାର୍ଯ୍ୟାଳୟର ଜୁନିୟର ଏମ୍‌ଭିଆଇ ଟି. ସୌରଭ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍କଳ ମେଲର ମୁଖ୍ୟ ସମ୍ପାଦକ ଡ଼ଃ ପୀତବାସ ମିଶ୍ର, ସିୟର ୟୁନିୟନର ସାଧାରଣ ସମ୍ପାଦକ ତଥା ସୁନ୍ଦରଗଡ଼ ଅଟୋ କର୍ମଚାରୀ ସଙ୍ଘର ସଭାପତି ବୈଦ୍ୟନାଥ ଦାସ, ଆଇନଜୀବୀ ଗାରିମା ପତ୍ରୀ ଢୋଲକିଆ, ସୁନ୍ଦରଗଡ଼ ଅଟୋ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ ଭୁବନ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସାମ୍ବାଦିକ ବିବେକାନନ୍ଦ ଦାସ ସଭା ସଂଚାଳନ କରିଥିଲେ । ଅତିଥିମାନେ ସଡକ ସୁରକ୍ଷା ସଂପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରି ଅଟୋ ଚାଳକମାନେ ଗାଡି ଚାଳନା ସମୟରେ ନିଶା ସେବନ ନକରିବା ଓ ସମସ୍ତ ସଡକ ସୁରକ୍ଷା ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ବେପରୁଆ ଗାଡି ଚାଳନା ନ କରିବା ସହ ଗାଡି ଚାଳନା ସମ୍ପର୍କିତ କାଗଜାପତ୍ର ଓ ଲାଇସେନ୍ସ ନିଜ ପାଖରେ ରଖିବା ନେଇ ଗୁରୁତ୍ୱ ଦେଇଥିଲେ । ଶେଷରେ ବାସୁ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ । ଆଦର୍ଶ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ବିଦ୍ୟାଧର ତ୍ରିପାଠୀ ଏହି ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲେକପାତ କରି ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ସଚେତନତା ଜରୁରୀ ବୋଲି କହିଥିଲେ । ସଡ଼କ ସୁରକ୍ଷା ନିୟମ ମାନିବା ନେଇ ସମସ୍ତେ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମରେ ସହରର ଶତାଧିକ ଅଟୋ ଚାଳକ ଯୋଗ ଦେଇଥିଲେ ।

Leave A Reply

Your email address will not be published.