centurian jitm

ନିଷ୍ଠାର ୧୫ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ସଚେତନତା ବାଇକ୍‌ ରେଲି

nschool

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରର ୧୫ତମ ପ୍ରତିଷ୍ଠା ଦିବସ ଜୁନ୍‌ ୧୪ ତାରିଖରେ ନିଷ୍ଠା ଭବନ ଆନ୍ଧ୍ର କେମ୍ଫ, ଖଣ୍ଡହଥା ଠାରେ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରତ୍ୟେକ ବର୍ଷ ଏକ ରକ୍ତ ଦାନ ସଚେତନତା ବାଇକ୍‌ ରେଲିର ଆୟୋଜନ ହୋଇଥାଏ । ଏହି ବର୍ଷ ବରଗଡ଼ କୃଷକ ବଜାରରୁ ନିଷ୍ଠା ପରିବାରର ଶହ ଶହ ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ଏକ ବିରାଟ ବାଇକ୍‌ ରେଲି ବାହାରି ପୁରା ବରଗଡ଼ ସହର ପରିକ୍ରମା କରିଥିଲା । ଏହି ବାଇକ୍‌ ରେଲିକୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀମତୀ ନିରୁପମା ଷଡ଼ଙ୍ଗୀ, ଜନ୍ମେଜୟ ସାମଲ ଓ ଜ୍ଞାନ ପ୍ରକାଶ କର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସମସ୍ତ ରକ୍ତ ଭଣ୍ଡାର ମାନଙ୍କରେ ରକ୍ତ ଶୁନ ଥିବା ବେଳେ ଯୁବ ପିଢ଼ି ଆଗକୁ ଆସି ରକ୍ତ ଦାନ କରିବା ପାଇଁ ଲୋକମାନଙ୍କୁ ସଚେତନତା କରିବା ବାଇକ୍‌ ରେଲିର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ବାଇକ୍‌ ରେଲିରେ ନିଷ୍ଠା ପରିବାର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, କ୍ଷୀରୋଦ୍ର ସାହୁ, ମଦନ ମୋହନ ଦାସ, ବିଦ୍ୟାଧର ଭୋଇ, ଜୟନ୍ତ ପ୍ରଧାନ, ସଚି ପଣ୍ଡା, ଜିତୁ ମହାପାତ୍ର, ସଭାପତି ରକ୍ଷପାଲ ସାହୁ, ସଂପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ସଙ୍କେତ ଆଠଘରା, ମହିଳା ଶାଖାର ମୁଖ୍ୟ ତ୍ରିପୁରା ସୁହୂଳା ଓ ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ବାଇକ୍‌ ରେଲିକୁ ସଫଳ କରିଥିଲେ ।

Leave A Reply

Your email address will not be published.

error: Content is protected !!