pr

ଭୋଟର ସଚେତନତା ରେଲି ଓ ନବାଗତା ଛାତ୍ରୀଙ୍କୁ ସ୍ୱାଗତ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚୂଡ଼ାମଣି ବାରିକଙ୍କ ନିର୍ଦ୍ଦେଶ କ୍ରମେ, କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜ ବୋରା ସମ୍ବର ଲୋକନାଥ ଭୋଇଙ୍କ ଉପସ୍ଥିତିରେ ବିଦ୍ୟାଳର ଛାତ୍ରୀମାନଙ୍କ ଦ୍ୱାରା ଏକ ଭୋଟର ସଚେତନତା ରେଲି ଆୟୋଜିତ ହୋଇଯାଇଛି । ବିଦ୍ୟାଳର ବ୍ୟାଣ୍ଡ ଦଳର ବାଜା ତାଳେ ତାଳେ, ସମାଜସେବୀ ନିରୋଜ ଦୋରାଙ୍କ ନେତୃତ୍ୱରେ ଛାତ୍ରୀମାନେ ଏକ ସହର ପରିକ୍ରମାରେ ବାହାରି ଲୋକମାନଙ୍କୁ ନିଜର ଭୋଟ ଅଧିକାର ସାବ୍ୟସ୍ତ କରିବା ପାଇଁ ପ୍ରବର୍ତ୍ତେଇ ଥିଲେ । ଏହି ରେଲିକୁ ସାଫଲ୍ୟମଣ୍ଡିତ କରିବା ପାଇଁ ଜ୍ୟୋତ୍ସ୍ନାରାଣୀ ସାହୁ, ଜୀବନାନନ୍ଦ ସାହୁ, ମାନସ ଶତପଥୀ, ପୂଜାରାଣୀ ନାୟକ, ରବିନା ପଧାନ, ସଂଯୁକ୍ତା ଭୋଇ, ବୃନ୍ଦାବତୀ ସାହୁ, ଖୁଶବୁ ବରିହା, ଜ୍ୟୋତିରେଖା ମହାନନ୍ଦ, ଚକ୍ରଧର ନାୟକ, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ନୀଳିମାରାଣୀ ମହାନ୍ତି, ସୁଷମା ଦାସ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ ଓ କମଳା କୁମ୍ଭାର ସହାୟତା କରିଥିଲେ । ରେଲି ପରେ ନୂତନ ଭାବରେ ଦାଖିଲା ନେଇଥିବା ନବାଗତା ଛାତ୍ରୀ ତଥା ପିତା, ମାତାଙ୍କୁ ସ୍ୱାଗତ କରିବା ପାଇଁ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ଯାର ପରିଚାଳନା ସୁରେନ୍ଦ୍ର କୁମାର ଭୋଇ କରିଥିଲେ । ଏହି ସଭାରେ ନୂତନ ଛାତ୍ରୀମାନଙ୍କୁ ବିଦ୍ୟାଳୟର ବିଭିନ୍ନ ନୀତି ନିୟମ ବିଷୟରେ ଅବଗତ କରାଯାଇଥିଲା । ପରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରୀମାନଙ୍କୁ ଚାଉଳ ଓ ରନ୍ଧନ ଖର୍ଚ୍ଚ ତଥା ସମସ୍ତ ଛାତ୍ରୀଙ୍କୁ ଅବକାଶକାଳୀନ ଗୃହ କାର୍ଯ୍ୟ ପ୍ରଦାନ କରାଯାଇଥିଲା ।

nrusinghnath
Leave A Reply

Your email address will not be published.