om academy

କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ସଚେତନତା

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସଂକ୍ରମଣ ଦିନକୁ ଦିନ ବଲାଙ୍ଗିର ଜିଲ୍ଲାରେ ବଢିବାରେ ଲାଗିଛି । ଦୋକାନ ବଜାର ଠାରୁ ଆରମ୍ଭ କରି ରାସ୍ତାଘାଟରେ ସବୁଠି ଅମାନିଆମାନଙ୍କୁ ଦେଖିବାକୁ ମିଳୁଛି । କଟକଣା ନ ମାନିବା ଫଳରେ ସଂକ୍ରମିତ ଲୋକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବଲାଙ୍ଗିର ରେଡକ୍ରସ ସୋସାଇଟି ତରଫରୁ ବଲାଙ୍ଗିର ଖଲିଆପାଲି ଠାରେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ଓ ସମ୍ମାନିତ ଅତିଥି ଭାବରେ ଯୁବ ସମାଜସେବୀ ସୁବ୍ରତ ଖଣ୍ଡୁଆଲ ଯୋଗଦାନ ଦେଇଥିଲେ । ଏହି ଅବସରରେ ଶ୍ରୀ ବଢେଇ ବ୍ୟକ୍ତି ସ୍ୱାସ୍ଥ୍ୟ ପାଇଁ ଖେଳକୁଦ, ବ୍ୟାୟାମ, ଯୋଗ କରିବା ଏବଂ ଦଳଗତ ଖେଳରୁ ବିରତି ରହିବା ପାଇଁ ମତପ୍ରକାଶ କରିଥିଲେ । ରେଡକ୍ରସ ସ୍ୱେଚ୍ଛାସେବୀମାନେ ବାଜା ବଜାଇ ସାମାଜିକ ଦୂରତା ରହିବା, ଆବଶ୍ୟକ ନ ଥିଲେ ଘରୁ ବାହାରନ୍ତୁ ନାହିଁ, ମାସ୍କ ପରିଧାନ କରିବା, ବାରମ୍ବାର ହାତ ଧୋଇବା, ଦଳଗତ କାର୍ଯ୍ୟରୁ ନିବୃତ ରହିବା ପାଇଁ ନାରା ଦେଇଥିଲେ । ସାମାଜିକ ଦୂରତା ନେଇ ହୋଇଥିବା କାର୍ଯ୍ୟକ୍ରମରେ ଜୁନିୟର ରେଡକ୍ରସର ପରାମର୍ଶଦାତା ରାମ ନାରାୟଣ ଦାଶ, ହିମାଂଶୁ ଶେଖର ବିଶ୍ୱାଲ, ଜୟପ୍ରକାଶ କୁମ୍ଭାର ଆଦି ଯୋଗଦାନ କରିଥିଲେ ।

Leave A Reply

Your email address will not be published.