oom

ସବିତା ରାଣୀ ପାତ୍ରଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

jsmm

ଭୋଗରାଇ, (କେପିଏନ୍‌ଏସ୍‌) : ମାଆ ଧରିତ୍ରୀ ଠାରୁ ମହାନ ଓ ସର୍ବଂସହା ତଥା ତ୍ୟାଗର ମୂର୍ତ୍ତିମନ୍ତ ଦେବୀ ବୋଲି ଆଜି ଭୋଗରାଇ ବ୍ଲକ ଅନ୍ତର୍ଗତ ଖରିଦପିପଳ ପଞ୍ଚାୟତ ନୟାପାଲି ଗ୍ରାମର ଦିବଂଗତା ସବିତା ରାଣୀ ପାତ୍ରଙ୍କ ଏକାଦଶାହ ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ଥିବା ବିଶିଷ୍ଟ ବ୍ୟକ୍ତି ମାନେ ମତବ୍ୟକ୍ତ କରିଛନ୍ତି । ଗତ ତା- ୨୩-୦୪ ରିଖରେ ନୟାପାଲି ଗ୍ରାମର ପ୍ରାକ୍ତନ ଆଦର୍ଶ ଶିକ୍ଷକ ରାଧାଶ୍ୟାମ ପାତ୍ରଙ୍କ ପୁତ୍ର ବଧୂ ସବିତା (୨୮) ବାଲେଶ୍ୱର ହସପିଟାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ଆଜି ତାଙ୍କ ନୟାପାଲି ବାସଭବନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ମୁରଲୀ ମୋହନ ପଟ୍ଟନାୟକ ସଭାପତିତ୍ୱ କରିବା ସହ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ହେମନ୍ତ ବେହେରା ଏବଂ ମୁଖ୍ୟ ବକ୍ତା ଭାବେ ଓଡି଼ଆ ଭାଷା ଓ ସଂସ୍କୃତି ସୁରକ୍ଷା ପରିଷଦ ସମ୍ପାଦକ ତଥା ଆଇନଜୀବୀ ରାଜକିଶୋର ଜେନା ଯୋଗ ଦେବା ସହ ସମ୍ମାନିତ ଅତିଥି ଭାବେ ଖରିଦପିପଳ ଗ୍ରାମପଞ୍ଚାୟତର ସରପଞ୍ଚ ଦିବ୍ୟେନ୍ଦୁ ବିକାଶ ପାତ୍ର, ପଞ୍ଚାୟତ ବିଜୁ ଜନତା ଦଳର ସଭାପତି କେଶବ ଚନ୍ଦ୍ର ପାଳ, ଶିକ୍ଷକ ତ୍ରିଦୀପ ଜେନା, ସମାଜସେବୀ ସତ୍ୟବାଦୀ ପାତ୍ର, ଗଜାନନ ମହାପାତ୍ର, ଜୟଦେବ ଦାସ, ସମର ରଣା, ପୂର୍ଣ୍ଣଚନ୍ଦ୍ର ପାଳ, ହରିଶ ଚନ୍ଦ୍ର ଦାସ, ଚନ୍ଦନ ପାତ୍ର, ସୁମନ ପାତ୍ର, ଗୋପାଳ କୃଷ୍ଣ ପାଳ ଏବଂ ବହୁ ଗ୍ରାମବାସୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ । ସ୍ୱର୍ଗତଃ ସବିତା ରାଣୀ ପାତ୍ରଙ୍କ ସ୍ୱାମୀ ତଥା ମୟୂରଭଞ୍ଜ ଜିଲ୍ଲାସ୍ଥ ଜାମଦା ବ୍ଲକ ରଙ୍ଗାମାଟିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସତ୍ୟ ନାରାୟଣ ପାତ୍ର, ଦିଅର ତଥା ଜିଜ୍ଞାସା ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବ ନାରାୟଣ ପାତ୍ର ଓ ପରିବାର ବର୍ଗ ଓ ଆତ୍ମିୟ ସ୍ୱଜନମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.