csstore

ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ମନମୁଣ୍ଡା ଥାନା ବୁଟୁମୁଣ୍ଡା ଗାଁର ଗୁପ୍ତେଶ୍ଵର ମେଣ୍ଡେଲି (୪୬) ଏକ ମୋଟର ସାଇକେଲରେ ସନ୍ଧ୍ୟା ୫ଟା ସମୟରେ ମନମୁଣ୍ଡା ପଟୁ ନିଜ ଗାଁକୁ ଫେରୁଥିବା ବେଳେ କପାସିରା ଛକ ଠାରେ କଣ୍ଟାମାଲ ପଟୁ ଆସୁଥିବା ଏକ ଟଲି ଗାଡି ଧକାଦେବାରୁ ତାଙ୍କର ମୋଟର ସାଇକେଲ ଭାଙ୍ଗିଯିବା ସହ ଗୋଟେ ଗୋଡ଼ର ଜଙ୍ଘ ଛିଣ୍ଡି ଯାଇଥିବା ଜଣା ପଡ଼ିଛି । ତାଙ୍କୁ ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ ସୋନପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଆ ଯାଇଥିଲା । ସେଠାରେ ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଙ୍କ ପରାମର୍ଶରେ ବୁର୍ଲା ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଆହତ ବ୍ୟକ୍ତି ବୌଦ୍ଧ ଜିଲା ବିଜେପି ଶ୍ରମିକ ସେଲର ସଭାପତି ଶିବ କମ୍ପଙ୍କ ଭିଣେଇ ବୋଲି ଜଣାପଡିଛି । ଏହି ସମ୍ପର୍କରେ ମନମୁଣ୍ଡା ପୋଲିସ ଅଧିକ ତଦନ୍ତ କରୁଛି ।

jayashree
Leave A Reply

Your email address will not be published.