oom

ଦପଲା ସମିତି ସଭାପତି ହେଲେ ଶୈଳେନ୍ଦ୍ର

jsmm

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଦପଲା ସେବା ସମବାୟ ସମିତି ସଭାପତି ଭାବରେ ଶୈଳେନ୍ଦ୍ର କୁମାର ବାରିକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେ ଏକ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ନିର୍ବାଚନ ଅଧିକାରୀ ଶ୍ରୀକାନ୍ତ ପ୍ରଧାନ ବିଜୟୀ ଘୋଷଣା କରିଛନ୍ତି । ନିର୍ବାଚନ ପରିଚାଳନାରେ ସମିତି ସମ୍ପାଦକ ପ୍ରତାପ କୁମାର ପ୍ରଧାନ ଏବଂ କର୍ମଚାରୀ ପଦ୍ମନାଭ ମହାକୁଡ଼, ଶୁରଙ୍ଗ ମାଲିକ, ବିକ୍ରମ ଦେହୁରୀଆ ପ୍ରମୁଖ ସହଯୋଗ କରିଥିଲେ । ପୀତବାସ କଳତା, ଅଶୋକ ଦନ୍ତା, ପ୍ରକାଶ ପ୍ରଧାନ, କାନ୍ଦର୍ପ ମେଣ୍ଡିଲି, ସଚି ବେହେରା ଏବଂ ନିର୍ଦ୍ଧେଶକ ପ୍ରଶାନ୍ତ କୁମାର ସିଂ, ରାଜକୁମାର ଭୋଇ, ଚକ୍ର ପ୍ରଧାନ, ପଦ୍ମିନୀ ରାଉତ, ଗୋପ କହଁର, ଧନିଷ୍ଟ ସାହୁ, ଶରତ ମାଲିକ, ଗୋବର୍ଧନ ପ୍ରଧାନ, ସ୍ୱାଧୀନ ମହାକୁଡ଼, ସତ୍ୟଭାମା ସିଂହ, ଅରବିନ୍ଦ ମହାକୁଡ଼, ତ୍ରିପୁରାରୀ ଥାପ୍ପା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.