କଟକ : ଆଜି ପ୍ରକାଶ ପାଇବ ମାଟିକ୍ ପରୀକ୍ଷା ଫଳ । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟରେ ଅପରାହ୍ନ ୧ଟାରେ ମାଟ୍ରିକ୍ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିବେ । ବୋର୍ଡ ୱେବସାଇଟ୍ରୁ ପରୀକ୍ଷାର୍ଥୀ ସେମାନଙ୍କ ରୋଲ୍ ନମ୍ବର ଆଧାରରେ ପରୀକ୍ଷା ଫଳ ଜାଣିପାରିବେ ।
ବୋର୍ଡ ପକ୍ଷରୁ www.bseodisha.ac.in ଅପରାହ୍ନ ୧ଟାରୁ ଏବଂ www.bseodisha.nic.in ରେ ଅପରାହ୍ନ ୨ଟାରୁ ପରୀକ୍ଷା ଫଳ ଉପଲବଧ୍ ହେବ ବୋଲି ସୂଚନା ଦିଆଯାଇଛି । ମୋବାଇଲ୍ରେ ମେସେଜ୍ ଦ୍ୱାରା ମଧ୍ୟ ରେଜଲ୍ଟ ଜାଣିବା ଲାଗି ବ୍ୟବସ୍ଥା ରହିଛି । ପରୀକ୍ଷାର୍ଥୀମାନେ OR10(Space) Roll Number(Space) ଦେଇ ୫୬୭୬୭୫୦ କୁ ମେସେଜ୍ ପଠାଇଲେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ । ଷ୍ଟେଟ୍ ଓପନ ସ୍କୁଲ୍ ଓ ମଧ୍ୟମା ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ ।